ନେତାଜୀଙ୍କ ୧୨୨ତମ ଜୟନ୍ତୀ ପାଳିତ

କଟକର ନେତାଜୀ ସଂଗ୍ରହାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

କଟକ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ପାଳିତ ହୋଇଛି।  ଏହି ଅବସରରେ କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଭୋର୍ ସାଢ଼େ ଚାରିଟାରେ ରାମଧୂନ୍ ବାଜିବା ପରେ ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା। ସଂଗ୍ରହାଳୟରେ ଦିନ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ନେତାଜୀଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ସାମଗ୍ରୀ ଦେଖିବାକୁ ସଂଗ୍ରହାଳୟରେ ବେଶ ଭିଡ଼ ଜମିଥିଲା। ଦିନ ୧୦ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସଂଗ୍ରହାଳୟ ପରିସରରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖିଥିଲେ ପର୍ଯ୍ୟଟକ।

ଏହାସହ ମଧ୍ୟ ପଢନ୍ତୁ : ଦିଲ୍ଲୀ ଲାଲକିଲ୍ଲାରେ ନେତାଜୀ ମ୍ୟୁଜିୟମ ଉଦ୍‌ଘାଟିତ 

You might also like