ନେତାଜୀଙ୍କ ୧୨୫ତମ ଜୟନ୍ତୀ; ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ। ଏଥିପାଇଁ ଚଳଚଂଚଳ ତାଙ୍କ ଜନ୍ମମାଟି କଟକର ଓଡ଼ିଆ ବଜାର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇ ସେଠାରେ ନେତାଜୀଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ନେତାଜୀଙ୍କ ନେତୃତ୍ୱ ସ୍ୱାଧୀନତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି।
ସୁଭାଷଙ୍କ ସ୍ମୃତି ଚାରଣ କରି ଧର୍ମେନ୍ଦ୍ର କହିଛନ୍ତି, ମୋତେ ରକ୍ତ ଦିଅ, ସ୍ୱାଧୀନତା ଆଣିଦେବି ଡାକରା ପ୍ରେରଣା ଦେଇଥିଲା। ଦେଶ ମାତୃକା ପାଇଁ ବଳୀଦାନ ସବୁଦିନ ସକାଶେ ସ୍ମରଣୀୟ ହୋଇ ରହିବ। ପ୍ରଧାନମନ୍ତ୍ରୀ ମୋଦି ଆଜିର ଦିନକୁ ପରାକ୍ରମ ଦିବସ ଭାବେ ନାମିତ କରିଛନ୍ତି। ଏହି ପରାକ୍ରମ ଦିବସ ପାଳନରୁ ଯୁବପିଢ଼ି ପ୍ରେରଣା ପାଇବେ। ବୀର ସୁରେନ୍ଦ୍ର ସାଏଙ୍କୁ ବି ଜୟନ୍ତୀରେ ମନେ ପକାଇ ବୀରତ୍ୱର କାହାଣୀ ବଖାଣିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ଅନ୍ୟପଟେ ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ନେତାଜୀଙ୍କ ନାଁରେ ଖାନନଗରରେ ପ୍ରସ୍ତାବିତ ବସ ଟର୍ମିନାଲର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ।
ସମଗ୍ର ରାଷ୍ଟ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର 125 ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ କରିବା ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି।ତାଙ୍କ ଅସୀମ ସାହସ ଏବଂ ବୀରତ୍ୱ ପ୍ରତି ସମ୍ମାନ ଜଣାଇବା ପାଇଁ ଆଜିର ଦିନଟିକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ଯଥାର୍ଥ। ତାଙ୍କ ଅଗଣିତ ଅନୁଗାମୀଙ୍କ ଭିତରେ ନେତାଜୀ ଜାତୀୟତାବାଦର ଉତ୍ସାହ ଭରିଥିଲେ।
— President of India (@rashtrapatibhvn) January 23, 2021
ସେପଟେ ନେତାଜୀଙ୍କ ଜନ୍ମ ଦିବସର ଅବସରରେ ତାଙ୍କ ତାଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେଠାରେ ନେତାଜୀଙ୍କ ଝିଅଙ୍କ ବିରଳ ଫଟୋଚିତ୍ର ସ୍ଥାନ ପାଇବା ସହ ତାଙ୍କ ଜୀବନକୁ ଆଧାର କରି ଚିତ୍ରକଳା ପ୍ରଦର୍ଶିତ ହୋଇଛି। ସଂଗ୍ରହାଳୟକୁ ନୂଆ ଫଟୋ ଦାନ କରିଛନ୍ତି କଟକ ଶେଖବଜାରର ଗୋପାଳଚନ୍ଦ୍ର ସୁର ଅନିତା ବୋଷ।
୧୯୬୧ ଜାନୁଆରୀ ୧୨ରେ ଶେଖବଜାରର ସୁର ପରିବାରକୁ ଭେଟିଥିଲେ। ସେହି ସମୟର କେତେକ ବିଶେଷ ମୂହୁର୍ତ୍ତକୁ ଏହି ପରିବାର ଫଟୋ ଆକାରରେ ସାଇତି ରଖିଥିଲା। ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଇଁ ଓଡ଼ିଶା ଏବଂ ମହାରାଷ୍ଟ୍ରର କଳାକାରମାନେ ନେତାଜୀଙ୍କ ଜୀବନୀ ଉପରେ ସାଂସ୍କୃତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।
ସେପଟେ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଧ। ତାଙ୍କ ସାହାସ ଓ ବୀରତ୍ୱକୁ ସମ୍ମାନ ଜଣାଇ ପରାକ୍ରମ ଦିବସ ପାଳିବା ଯଥାର୍ଥ ବୋଲି କହିଛନ୍ତି ରାଷ୍ଟ୍ରପତି। ଭାରତର ସ୍ୱାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ଦେଇଥିଲେ।
ନେତାଜୀଙ୍କ ୧୨୫ତମ ଜୟନ୍ତ୍ରୀ ସମାରୋହ ଅବସରରେ ୧୨୫ ବର୍ଗଫୁଟର ପ୍ରତିକୃତି ନିର୍ମାଣ କରିଛନ୍ତି ଚଣ୍ଡିଗଡର ଜଣେ କଳାକାର। ନେତାଜୀଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ସେ କାଗଜରେ ବିଭିନ୍ନ ଆକୃତିର ପ୍ରଜାପତି ତିଆରି କରି ସେଗୁଡ଼ିକୁ ସଜାଇଛନ୍ତି।
ଆଜି ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ
ନେତାଜୀଙ୍କ ସହିତ ଆଜି ହେଉଛି ବିପ୍ଳବୀ ନେତା ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ। ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରେ ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି। ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନ୍ମଦିବସ ପାଳନ ହେଉଛି।
ଏହି ଅବସରରେ ଝାରସୁଗୁଡା ବିମାନ ବନ୍ଦର ପରିସରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବ। ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ବୀର ସୁରେନ୍ଦ୍ର ସାଏ ଏୟାରେପୋର୍ଟ ଟର୍ମିନାଲ ବିଲଡିଂ ସମ୍ମୁଖରେ ନୂତନ ପ୍ରତିକୃତି ଅନାବରଣ କରାଯିବ। ଏହି ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରେ ଉପସ୍ଥିତ ରହିବେ। ଅନ୍ୟପକ୍ଷରେ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭର୍ଚୁଆଲ ମୋଡରେ ଉପସ୍ଥିତ ରହିବେ।