• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତାକାଲି ଉଦ୍‌ଘାଟିତ ହେବ ପୁରୀର ନେତାଜୀ ମ୍ୟୁଜିୟମ୍‌। ପୁରୀ ଗୋପାଳ ବଲ୍ଲଭ ରୋଡ୍‌ରେ ଥିବା ନେତାଜୀ ମ୍ୟୁଜିୟମ୍‌ କୋର୍ଟ ମାମଲାରେ ଛନ୍ଦି ହୋଇ ଦୀର୍ଘ ଦିନ ଧରି ଉଦ୍‌ଘାଟିତ ହୋଇପାରୁନଥିଲା। ତେବେ ଷ୍ଟାଟସ୍ କୋ ଉଠିଯାଇଥିବାରୁ ଏହାକୁ କାଲି ଉଦ୍‌ଘାଟନ କରାଯିବ ବୋଲି ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ କହିଛନ୍ତି। ଅନ୍ୟପଟେ ଏହି ଖବର ଶୁଣିବା ପରେ ପୁରୀ ବାସିନ୍ଦା ଓ ପର୍ଯ୍ୟଟକ ଉତ୍ସାହିତ ଅଛନ୍ତି।

ପୁରୀ ଗୋପାଳ ବଲ୍ଲଭ ରୋଡ୍‌ରେ ଅଛି ନେତାଜୀଙ୍କ ପୈତୃକ ବାସଭବନ। ଯେଉଁଠି ନିର୍ମାଣ କରାଯାଇଛି ନେତାଜୀ ମ୍ୟୁଜିୟମ। ଏଠାରେ ନେତାଜୀଙ୍କ ସ୍ମୃତିକୁ ନେଇ ଅନେକ ଫଟୋଚିତ୍ର ରହିଛି। ନେତାଜୀଙ୍କ ସମ୍ପୂର୍ଣ୍ଣ ପରିବାରର ଫଟୋ ଏହା ଭିତରେ ନିର୍ମାଣ କରାଯାଇଛି।

ନେତାଜୀଙ୍କ ଆଦ୍ୟ ଜୀବନ ଗ୍ୟାଲେରୀ, ଆଇଏନ୍ଏ ଗ୍ୟାଲେରୀ, ନେତାଜୀ ଷ୍ଟଡି ରୁମ୍ ଆଜାଦ୍ ହିନ୍ଦ ଫୌଜର ପୋଷ୍ଟାଲ ଷ୍ଟାମ୍ପ ଓ ନୋଟ୍ ଏବଂ ନେତାଜୀଙ୍କ ହାତଲେଖା ଚିଠିକୁ ଅତି ସୁନ୍ଦର ଭାବେ ସଜା ହୋଇଛି।

କୋର୍ଟ ମାମଲାରେ ଛନ୍ଦି ହୋଇଥିବାରୁ ଏହି ମ୍ୟୁଜିୟମ ଉଦ୍‌ଘାଟିତ ହୋଇପାରୁନଥିଲା। କିନ୍ତୁ ଷ୍ଟାଟସ୍ କୋ ଉଠିଯାଇଥିବାରୁ ଆସନ୍ତାକାଲି ଏହାକୁ ଉଦ୍‌ଘାଟନ କରାଯିବ ବୋଲି ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି।

ନେତାଜୀ ମ୍ୟୁଜିୟମ୍ ଖୋଲିବ ବୋଲି ସଂସ୍କୃତି ବିଭାଗ କର୍ତ୍ତୃପକ୍ଷଙ୍କ ସୂଚନା ପରେ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକ ବେଶ ଖୁସି ଅଛନ୍ତି। ଏହାଦ୍ୱାରା ନେତାଜୀଙ୍କ ଜୀବନୀ ବିଷୟରେ ଲୋକେ ଅନେକ କିଛି ଜାଣିପାରିବେ।

ନେତାଜୀ ମ୍ୟୁଜିୟମ୍‌କୁ ଉଦ୍‌ଘାଟନ କରିବା ପାଇଁ ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା।

Netaji-museum-in-puri-to-be-opened-tomorrow
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories