ରାଜ୍ୟର ୩୦ଟି ଜିଲ୍ଲାରେ ନିଟ୍ ପ୍ରବେଶିକା ପାଇଁ ଚିଠି
ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲାରେ NEET-୨୦୨୧ ପ୍ରବେଶିକା ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଡାଇରେକ୍ଟର ବିନୀତ ଯୋଶୀଙ୍କୁ ଚିଠି। ଏହି ଚିଠି ଲେଖିଲେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର। ଗତ ୯ ତାରିଖରେ ଭିଡିଓ କନ୍ଫରେନ୍ସିଂରେ ହୋଇଥିବା ଆଲୋଚନା ଅନୁସାରେ ପ୍ରବେଶିକା ପରୀକ୍ଷା କେନ୍ଦ୍ର ୭ରୁ ୩୦କୁ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।
ଭୌଗୋଳିକ ସ୍ଥିତି ଓ କରୋନା କଟକଣା ଯୋଗୁ ସବୁ ଜିଲ୍ଲାରେ NEET ପାଇଁ ଦାବି କରିଛନ୍ତି। ଲକ୍ଡାଉନ ଓ ସଟ୍ଡାଉନ୍ ଯୋଗୁ ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ପହଞ୍ଚିବାରେ ସମସ୍ୟା ହେଉଛି। ତେଣୁ ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ଚିଠିରେ ଦର୍ଶାଇଛନ୍ତି ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର।
ଜେଇଇ ମେନ ଭଳି NEET ସେପ୍ଟେମ୍ୱର ୧୪ ତାରିଖରେ ହୋଇଥିଲା। ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯାଇଥିଲା। କେନ୍ଦ୍ର ବାହାରେ ଓ ଭିତରେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଥିଲା। ପ୍ରତି ରୁମ୍ରେ କେବଳ ୧୨ ଜଣ ପରୀକ୍ଷାର୍ଥୀ ବସିବାକୁ ବ୍ୟବସ୍ଥା ହୋଇଥିଲା। PPE କିଟ୍ ପିନ୍ଧି ପରୀକ୍ଷା ପରିଚାଳନା କରିଥିଲେ ପରୀକ୍ଷା ପରିଚାଳକ।
ଭୁବନେଶ୍ୱରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ଦୂର ଦୂରାନ୍ତରୁ ଆସୁଥିବା ପରୀକ୍ଷାର୍ଥୀଙ୍କୁ ମିଳିଥିଲା ମାଗଣା ଟ୍ରେନ ସେବା। ସେହିଭଳି ସହରରେ ୬ଟି ରହଣୀ କେନ୍ଦ୍ରରେ ରହିବା, ଖାଇବା ସହ ଯେପରି କରୋନା ସଂକ୍ରମଣ ନ ବ୍ୟାପେ ସେଥିଲାଗି, ସବୁ ପ୍ରକାର ସତର୍କତା ଅବଲମ୍ବନ କରାଯାଇଥିଲା।
ଆହୁରି ପଢନ୍ତୁ : ପୋଷ୍ଟଗ୍ରାଜୁଏଟ୍ ପାଇଁ ଏବର୍ଷ ଥରେ ହେବ ନିଟ୍ ପରୀକ୍ଷା: ପୋଖରିଆଲ