ପୋଷ୍ଟଗ୍ରାଜୁଏଟ୍‌ ପାଇଁ ଏବର୍ଷ ଥରେ ହେବ ନିଟ୍‌ ପରୀକ୍ଷା: ପୋଖରିଆଲ

ଭୁବନେଶ୍ୱର: ସ୍ନାତକୋତ୍ତର ପାଇଁ  ନ୍ୟାସନାଲ ଇଲିଯିବିଲିଟି ଟେଷ୍ଟ ଓ ପ୍ରବେଶିକା ପରୀକ୍ଷା (NEET) ଚଳିତ ବର୍ଷ କେବଳ ଗୋଟିଏ ଥର ହେବ। ଏବଂ ଏହା  ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳନା କରାଯିବ। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି।

ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ପରୀକ୍ଷା ଏଜେନ୍ସି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଡାକ୍ତରୀ ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ନ୍ୟାସନାଲ ଇଲିଯିବିଲିଟି ଟେଷ୍ଟ ଓ ପ୍ରବେଶିକା ପରୀକ୍ଷା  (NEET) କରିଥାଏ।

ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ପୋଖରିଆଲ କହିଛନ୍ତି ଯେ ଏନଟିଏ (NTA) ଏନେଇ ସୂଚନା ଦେଇଛି ଯେ ଏ ସମ୍ପର୍କରେ ସେମାନେ କୌଣସି ସ୍ମାରକପତ୍ର ଗ୍ରହଣ କରିନାହାଁନ୍ତି। ଏନେଇ ଜାତୀୟ ସରବରାହ ସଂସ୍ଥା (ଏଏନଆଇ) ନିଜ ଏକ ଟ୍ୱିଟରେ ଉଲ୍ଲେଖ କରିଛି। ଅଗଷ୍ଟ 2021ରେ ଖାତା କଲମ ମାଧ୍ୟମରେ ହିନ୍ଦୀ ଏବଂ ଇଂରାଜୀ ସମେତ 11 ଟି ଭାଷାରେ ନିର୍ଦ୍ଧାରିତ ପରୀକ୍ଷା କରାଯିବ।

You might also like