ଓଡ଼ିଶାରେ ନିଟ୍ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶାରେ ହେବାକୁ ଥିବା ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ସାଇକ୍ଲୋନ ଫୋନି ଜନିତ କ୍ଷୟକ୍ଷତି ଯୋଗୁଁ ରାଜ୍ୟ ସରକାର ଓ ବିଭିନ୍ନ ବିଭାଗ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ତେଣୁ ଏଭଳି ସ୍ଥିତିରେ ନିଟ୍ ପରୀକ୍ଷା ଆୟୋଜନ କରାଯିବା କଷ୍ଟକର ବ୍ୟାପାର।

ତେଣୁ ବର୍ତ୍ତମାନ ପାଇଁ ପରୀକ୍ଷା ସ୍ଥଗିତ ରଖିବାକୁ ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଏହାକୁ ସ୍ଥଗିତ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରାଳୟ ସଚିବ ଆର. ସୁବ୍ରମଣ୍ୟମ୍ କହିଛନ୍ତି। ଓଡ଼ିଶାରେ ପୁଣି କେବେ ପରୀକ୍ଷା ହେବ ସେ ନେଇ ଖୁବଶୀଘ୍ର ଘୋଷଣା ହେବ ବୋଲି ସେ କହିଛନ୍ତି।

You might also like