• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): ପେଟରେ ଟ୍ୟୁମର ସହ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ । କଷ୍ଟ ଓ ଯାତନାରେ ବିତୁଛି ଜୀବନ ନିଜେ ଚଳିବାକୁ ଅକ୍ଷମ , ରୋଜଗାର ବି ନାହିଁ  । ଏଭଳି ସ୍ଥିତିରେ ବଞ୍ଚିବାକୁ ଆକୁଳ ନିବେଦନ କରିଛନ୍ତି ଯାଜପୁର ନୀଳକଣ୍ଠ ପାତ୍ର ଭୁବନେଶ୍ୱରରେ ରହିଥିବାବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏବେ ସରକାରୀ ସହାୟତା ପାଇଁ ଚାତକ ପରି ଅପେକ୍ଷା କରି ରହିଛନ୍ତି।

ଯାଜପୁର ଦାମୋଦରପୁର ମାଟିଆକଣ ଗାଁର ୩୫ ବର୍ଷୀୟ ନୀଳକଣ୍ଠ ପାତ୍ର ।  ନା ଭଲରେ ଉଠି ବସି ପାରୁଛନ୍ତି ନା ଠିକରେ ଚାଲିପାରୁଛନ୍ତି  ଇଏ ହେଉଛନ୍ତି । ପେଟରେ ଟ୍ୟୁମର ବଢୁଥିବାରୁ ଗତ ୨ ବର୍ଷ ଧରି ଏଭଳି ଯନ୍ତ୍ରଣାରେ ବିତୁଛି ଜୀବନ । ରୋଜଗାର ବି ଛଡାଇ ନେଇଛି ଏହି ବ୍ୟାଧି । ଫଳରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଅପରେସନ ତ ଦୂରର କଥା ଔଷଧ କିଣିବାକୁ ବି ସମ୍ବଳ ନାହିଁ ।  ବଞ୍ଚିବାକୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଛନ୍ତି ନୀଳକଣ୍ଠ ।

ଗାଁରୁ ଆସି ପାଇପ ମିସ୍ତ୍ରୀ ଭାବେ ଭୁବନେଶ୍ୱରରେ କାମ କରୁଥିଲେ ହେଲେ । ରୋଗରେ ଆକ୍ରାନ୍ତ ହେବା ପରଠାରୁ ରୋଜଗାର ନାହିଁ । ଘରେ ବୁଢା ବାପା ମାଆ ନିଜେ ଚଳିବାକୁ ଅକ୍ଷମ ।  ଏପରି ସ୍ଥଳେ ରୋଗାଗ୍ରସ୍ତ ସ୍ୱାମୀଙ୍କୁ ପର କରି ସ୍ତ୍ରୀ ନିଜ ବାପ ଘରକୁ ଚାଲିଗଲେ। ଅସହାୟ ଏବଂ ନିରାଶ୍ରୟ ଅବସ୍ଥାରେ କିଛି ଦିନ ବିତିବାପରେ ତାଙ୍କୁ ସହାୟକ ହୋଇଥିଲେ । ପୂର୍ବରୁ ପରିଚିତ ଥିବା ରାଧାକାନ୍ତ ବେହେରା ନମକ ଜଣେ ବଦାନ୍ୟ ବ୍ୟକ୍ତି ନିଜ ପାଖରେ ରଖି ସେବା ଶୁଶ୍ରୁଷା କରୁଛନ୍ତି ।  ଲୁଗାପଟା ସଫା କରିବା ଠାରୁ ଆରମ୍ଭ କରି ରୋଷେଇ କରି ଖାଇବାକୁ ଦେବା ସହ ମେଡିସିନ ଦେବା ପର୍ଯ୍ୟନ୍ତ ସବୁ କଥା ବୁଝୁଛନ୍ତି।

ହେଲେ ତାଙ୍କୁ ଅପରେସନ କରାଇ ସୁସ୍ଥ କରିବାକୁ ତାଙ୍କ ପାଖରେ ସମ୍ବଳ ନାହିଁ। ତେଣୁ ଏଥିପାଇଁ ସହାୟତାର ହାତ ବଢାଇବାକୁ ସେ ବି ନିବେଦନ କରିଛନ୍ତି । ୩୫ ବର୍ଷୀୟ ନୀଳକଣ୍ଠଙ୍କ ପାଇଁ ଆଗକୁ ଦୀର୍ଘ ଜୀବନ ହେଲେ ଜୀବନ ଯୁଦ୍ଧରେ ଜିତିବା ପାଇଁ ଏବେ କୌଣସି ସହୃଦୟ ବ୍ୟକ୍ତିଙ୍କ ସହାୟତା ହିଁ ଏକମାତ୍ର ଭରସା  ।

 

Neelakantha-patra-seeks-help-for-treatment
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories