ସୁଶାସନ ପାଇଁ ପରିବର୍ତ୍ତନ ଜରୁରୀ : ବୈଜୟନ୍ତ

ନୂଆପଡ଼ା : ନୂଆପଡ଼ା ଉଦ୍ୟାନବନ୍ଧରେ ଆୟୋଜିତ ‘ହେଇଯାଉ’ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରାଜ୍ୟରେ ଦୁର୍ନୀତି, ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଗୁଣ୍ଡାଗିରି ବଢିଛି, ଚାଷୀଙ୍କୁ ନ୍ୟାୟ ମିଳୁନି। ପ୍ରତିବର୍ଷ ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ସୁଶାସନ ପାଇଁ ପରିବର୍ତ୍ତନ ଜରୁରୀ ବୋଲି ମତ ଦେଇଛନ୍ତି ବୈଜୟନ୍ତ।

ତାସହ ‘ହେଇଯାଉ’ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ସମର୍ଥନ ବଢିଛି ଓ ଏହା ଏବେ ସ୍ଲୋଗାନରେ ପରିଣତ ହେଲାଣି ବୋଲି ସେ କହିଥିଲେ। ଏହି ଅବସରରେ ୧୯ରେ କେଉଁ ଦଳରୁ ଲଢ଼ିବେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବୈଜୟନ୍ତ କହିଛନ୍ତି, ସାଧାରଣ ନିର୍ବାଚନ ପାଇଁ ଆହୁରି ସମୟ ଅଛି। ନିକଟରେ ନିଷ୍ପତ୍ତି ନେଇ ଜଣାଇବି।

‘ହେଇଯାଉ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବୈଜୟନ୍ତଙ୍କୁ ନୂଆପଡ଼ାରେ ହଜାର ହଜାର ସ୍ଥାନୀୟ ଲୋକେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ସାହୁ ଚା’ ଦୋକାନକୁ ପାଛୋଟି ନେଇଥିଲେ। ସେଠାରେ ବୈଜୟନ୍ତ ଲୋକଙ୍କ ସହ ଏକାଠି ବସି ଚା’ ପିଇବା ସହ ରାଜ୍ୟର ସାଂପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

ପୂର୍ବରୁ ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ, ହିନ୍ଦୋଳ, ଦିଲ୍ଲୀ ଓ ଦାରିଙ୍ଗବାଡିରେ ହୋଇଯାଇଛି ‘ହେଇଯାଉ’ କାର୍ଯ୍ୟକ୍ରମ।

You might also like