ବାତ୍ୟା ନ ଆସୁଣୁ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ବଢ଼ିଲା ଦର

ଭୁବନେଶ୍ୱର: ବାତ୍ୟା ନ ଆସୁଣୁ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ହୁ ହୁ ହୋଇ ବଢୁଛି ଦର। ଗୋଟିଏ ଦିନରେ ଦର ହେଲାଣି ଆକାଶ ଛୁଆଁ। ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ ଓ ପିଆଜର ଦର ବଢ଼ିଛି। ଯେଉଁ ଆଳୁ ୧୮ରୁ ୨୦ ଟଙ୍କା ଓ ପିଆଜ ୨୦ ଟଙ୍କା ଦରରେ ବିକ୍ରି ହେଉଥିଲା ଏବେ ତାହା ୨୫ରୁ ୨୭ ଟଙ୍କା ଦରରେ ବିକ୍ରି ହେଉଛି।

କେତେକ ସ୍ଥାନରେ କିଲୋ ପିଛା ଏକାଥରକେ ୫ରୁ ୭ଟଙ୍କା ବଢ଼ି ଯାଇଛି। ବାତ୍ୟା ଆସୁଥିବା ଖବର ଶୁଣିବା ପରେ କିଛି ଅସାଧୁ ବେପାରୀ ଦର ବଢ଼ାଇ ଦେଇଥିବା ଅଭିଯୋଗ ହେଉଛି।

ତେବେ ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ଆସିବା କମିଥିବାରୁ ଏପରି ଦର ବଢ଼ିଛି। ଯଦି, ଆଗାମୀ ଦିନରେ ଏପରି ଲାଗି ରହେ ତେବେ ଆହୁରୀ ଦର ବଢ଼ିବା ଆଶଙ୍କା କରିଛନ୍ତି କଟକ ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ।

ଅପରପକ୍ଷେ, ଗୁଜବକୁ ବିଶ୍ୱାସ ନକରି ଯେତିକି ଆବଶ୍ୟକ ସେତିକି ସାମଗ୍ରୀ କିଣିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଯୋଗାଣମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ୱାଇଁ। ଚଢ଼ା ଦରରେ ବିକୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏହାସହ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମନ୍ତ୍ରୀ।

You might also like