ମହାନଦୀକୁ ବସ୍ ଖସିବା ଘଟଣା: ୭ ମୃତ
କଟକ: ମହାନଦୀ ପୋଲ ଉପରୁ ବସ ଖସିବା ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଆର୍ ପି ଶର୍ମା। ଦୁର୍ଘଟଣାରେ ଆହତମାନଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି।
ଆହତମାନଙ୍କ କିଚିତ୍ସା ଲାଗି ମେଡିକାଲରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ଡିଜି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଏଥିସହିତ ଡିଜି ଏକ ହେଲ୍ପ ଲାଇନ୍ ନମ୍ବର୍ ଜାରି କରିଛନ୍ତି। ଦୁର୍ଘଟଣା ସମ୍ପର୍କିତ କୌଣସି ସହାୟତା ପାଇଁ +916712304001 ଏହି ନମ୍ବର୍କୁ କଲ୍ କରିବାକୁ ଡିଜି ଟ୍ୱିଟ୍ କରିଛନ୍ତି।
ଯାତ୍ରୀବାହୀ ବସ୍ଟି ତାଳଚେରରୁ କଟକ ଆସିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
I am extremely saddened to know about seven deaths…RIP…most of the other injured have been shifted to the hospital and are receiving treatment….wish them a speedy recovery….
— Dr. Rajendra Sharma. (@DrRajendraShar2) 20 November 2018
ବସ୍ଟି ଏକ ମଇଁଷିକୁ ଧକ୍କା ଦେବା ପରେ ମହାନଦୀ ପୋଲ ଉପରୁ ପ୍ରାୟ ୩୦ ଫୁଟ୍ ତଳକୁ ଖସି ପଡ଼ିଥିଲା।
ଘଟଣାସ୍ଥଳରେ ତୁରନ୍ତ ଓଡ୍ରାଫ୍, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ। ଅନ୍ଧାର ହୋଇଥିବାରୁ ଓ ନଦୀରେ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା।
All injured have been shifted to hospital. Arrangements have been done for their treatment. Every possible help from the police will be extended… for any help please call +916712304001
— Dr. Rajendra Sharma. (@DrRajendraShar2) 20 November 2018
ଉଦ୍ଧାର କାର୍ଯ୍ୟରେ ୨ଟି ପାଓ୍ୱାର୍ ବୋଟ୍ ମଧ୍ୟ ନିୟୋଜିତ ହୋଇଛି। ବସ୍ଟି ଓଲଟି ପଡ଼ିଥିବାରୁ ଭିତରେ ଥିବା ମୃତାହତ ଯାତ୍ରୀମାନଙ୍କୁ ବାହାର କରିବାରେ ଅସୁବିଧା ସୃଷ୍ଟି ହୋଇଥିଲା। ତେବେ ଏନ୍ଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି।