ବସ୍‌ ଖସିପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି,୪୪ ଆହତ

ମୃତକଙ୍କ ଆତ୍ମୀୟଙ୍କ ଲାଗି ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା

କଟକ: ମହାନଦୀ ପୋଲ ଉପରୁ ବସ୍‌ ଖସିପଡ଼ିବା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ସେହିପରି ୪୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୯ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଅଛନ୍ତି।

ଆହତଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିବା କଟକ ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

ଯାତ୍ରୀବାହୀ ବସ୍‌ଟି ତାଳଚେରରୁ କଟକ ଆସିବା ବେଳେ ଏକ ମଇଁଷିକୁ ଧକ୍କା ଦେଇ ମହାନଦୀ ପୋଲ ଉପରୁ ପ୍ରାୟ ୩୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ସଙ୍ଗେ ସଙ୍ଗେ ଓଡ୍ରାଫ୍, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟା ଆରମ୍ଭ କରି ଦେଇଥିଲେ।

ତେବେ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ଆତ୍ମୀୟଙ୍କ ଲାଗି ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିବା ସହିତ ଆହତମାନଙ୍କୁ ମାଗଣାରେ ଚିକିତ୍ସା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କଟକ ବଡ଼ ମେଡିକାଲ୍‌ ଯାଇ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିଛନ୍ତି।

You might also like