ବାତ୍ୟା ମୁକାବିଲା: ଭଦ୍ରକରେ ପହଞ୍ଚିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭୁବନେଶ୍ୱର: ବାତ୍ୟା ପାଇଁ ପ୍ରସ୍ତୁତି ଚଳାଇଛି ଏନ୍‌ଡିଆର୍‌ଫ୍‌ ଟିମ୍‌। ବାତ୍ୟାର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ଲାଗି ଭଦ୍ରକ ଜିଲ୍ଲାରେ ପହଞ୍ଚିଛନ୍ତି ୧୨ ଜଣିଆ ଏନ୍‌ଡିଆର୍‌ଏଫ୍ ଟିମ୍। ଏହି ଟିମ୍ ଜିଲ୍ଲାରେ ପହଞ୍ଚିବା ପରେ ସେମାନଙ୍କୁ ଧାମରା ପଠାଇ ଦିଆଯାଇଛି।

ସେପଟେ ବାତ୍ୟା ମୁକାବିଲା ପାଇଁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କ ଛୁଟି ବାତିଲ କରିଦିଆଯାଇଛି।

ଅଗ୍ନିଶମ ଅଧିକାରୀ, ଏନଡିଆର୍‌ଫ୍ ଏବଂ ଓଡ୍ରାଫ୍ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିବେ ବୋଲି ଜିଲ୍ଲାପାଳ ରଞ୍ଜନ ଦାସ କହିଛନ୍ତି। ସେହିପରି ପାରାଦୀପରେ ୨୧ ଜଣିଆ ଏନ୍‌ଡିଆରଏଫ୍ ଟିମ୍ ପହଞ୍ଚିଛି। ସେମାନଙ୍କୁ ପୋର୍ଟ ହାଇସ୍କୁଲରେ ରଖାଯାଇଛି।

ଏପଟେ ବାତ୍ୟା ଅମ୍ପନ ପାଇଁ ସତର୍କ ହୋଇଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୨ଟି ଏନଡିଆରଏଫ, ୩ଟି ଓଡିଆର୍‌ଏଫ୍ ଓ ୧୫ଟି ଦମକଳ ବାହିନୀ ମୁତୟନ କରାଯିବ। ଆବଶ୍ୟକସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।

 

ଆହୁରି ପଢ଼ନ୍ତୁ

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

୨୪ ଘଣ୍ଟାରେ ଆଖି ବୁଜିଲେ ୧୬ କରୋନା ଆକ୍ରାନ୍ତ

Corona Update In Odisha: ଆଜି ବି ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ତଳେ

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ଟ୍ରେନ୍ ଇଞ୍ଜିନ୍ ଲାଇନଚ୍ୟୁତ

ବୃଦ୍ଧ ଦମ୍ପତିଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ବର୍ଷା ହେଲେ ବସ୍ତିରେ ଚିନ୍ତା, ବାରମ୍ବାର ପ୍ରତିଶ୍ରୁତି ପରେ ବି କରାଯାଉନି ଥଇଥାନ

ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା

ବଗଲା ଧର୍ମଶାଳା ଜମିକୁ ନେଇ ଗୋଟିକ ପରେ ଗୋଟିଏ ବିଭ୍ରାନ୍ତି

ମନ୍ତ୍ରୀଙ୍କ ଦାୟିତ୍ୱହୀନତା: ଜୀବିତ ସମୀର ଦେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତାପ ଜେନା

ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲା ଏନ୍‌ୟୁଜେ

ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

You might also like