ପରୀ ହତ୍ୟା: ଜବାବ ତଲବ କଲେ NCPCR

ନୂଆଦିଲ୍ଲୀ: ନୟାଗଡ଼ ପରୀ ହତ୍ୟା ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କଲେ NCPCR (ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ)। ନିଜ ତରଫରୁ ମାମଲା ରୁଜୁ କରି ନୋଟିସ କଲେ NCPCR। ଓଡ଼ିଶାଟିଭି ଡଟ୍ ଇନ୍ ଏବଂ ଓଟିଭି ଖବର ଆଧାରରେ ମାମଲା ରୁଜୁ ହୋଇଛି।

ତଦନ୍ତର ଅଗ୍ରଗତି ସହ କିଛି ଦସ୍ତାବିଜ ୧୦ ଦିନ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ପୀଡ଼ିତାର ବୟସ ପ୍ରମାଣପତ୍ର, ଏତଲା କପି, ପିଏମ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

ଅଭିଯୁକ୍ତଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ହୋଇଛି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ମାମଲାର ସ୍ଥିତି ଏବଂ ଅନ୍ୟାନ୍ୟ କାଗଜାତ ଦାଖଲ ନିର୍ଦ୍ଦେଶ ଦିଆଯାଇଛି।

 

ପ୍ରକାଶଥାଉକି, ନୟାଗଡ଼ ଯଦୁପୁର ଅଞ୍ଚଳର ୫ ବର୍ଷୀୟ ଝିଅ ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ SIT(ସ୍ପେଶିଆଲ୍‌ ଇନ୍‌ଭେଷ୍ଟିଗେସନ ଟିମ୍‌) ରାଜ୍ୟ ସରକାର ଗଠନ କରିଛନ୍ତି। ଏହି ଟିମ୍‌ରେ SIT ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି।

ତା ସହିତ ଟିମ୍‌ରେ କ୍ରାଇମବ୍ରାଞ୍ଚ ଏସ୍‌ପି ଆର.କେ ଦୋରା ସାମିଲଙ୍କ ସମେତ ASP ଆର୍.ସି. ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ସାମିଲ ଅଛନ୍ତି।

You might also like