ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ମାମଲା ପରେ ସାରା ରାଜ୍ୟରେ କେମିତି ଚାଲିଛି ଚାଇଲ୍ଡ କେୟାର ୟୁନିଟ୍ ତାର ତନାଘନା କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ-NCPCR।
ତେବେ ଆଜି ପୁରା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଭତ୍ସନା କରିଛନ୍ତି NCPCR ସଦସ୍ୟ ୟଶୱନ୍ତ ଜୈନ। ରାଜ୍ୟ ସରକାର ଶିଶୁ ସୁରକ୍ଷା ନେଇ ଥିବା ଗାଇଡଲାଇନ୍କୁ ପାଳନ କରିନଥିବା କହିଛନ୍ତି ୟଶୱନ୍ତ ଜୈନ। ସେଲଟର୍ ହୋମ୍ରେ ଶିଶୁଙ୍କ ସୁରକ୍ଷା ନେଇ ଗାଇଡଲାଇନ୍ ରାଜ୍ୟ ସରକାରଙ୍କୁ ବର୍ଷକ ତଳେ ପ୍ରଦାନ କରାଯାଇଥିଲା।
ହେଲେ ଏବେ ଯାଏ ଏହାକୁ ପାଳନ କରାଯାଇନି। ରାଜ୍ୟର ଅଧିକାରୀ ମାନେ ଢ଼ିଲା ମାରିଛନ୍ତି। ଶିଶୁଙ୍କ ସୁରକ୍ଷା ପାଇଁ କିଛି ବି କାର୍ଯ୍ୟାନୁଷ୍ଠାନ ଏବଂ ପଦକ୍ଷେପ ନେଇନାହାନ୍ତି। କେବଳ ଏତିକି ନୁହଁ ଶିଶୁ ମାନେ ରହୁଥିବା ବିଭିନ୍ନ ଆଶ୍ରମ କାହା ଦ୍ୱାରା ଚାଲିଛି। ଏବଂ କେଉଁଠି ଚାଲିଛି ସେ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ନଥିବା ସେ ଅଭିଯୋଗ କରିଛନ୍ତି।
ରାଜ୍ୟର ୧୯ଟି ଜିଲ୍ଲା ୮ଟି ଟିମ୍ ବିଭିନ୍ନ ସେଲଟର୍ ହୋମ୍ରେ ଅନୁଧ୍ୟାନ କରିବେ। ଏହା ପରେ ପରେ ଏନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ। ଯିଏବି ଶିଶୁ ସୁରକ୍ଷା ଅଧିକାରକୁ ନେଇ ଆଇନ ଖିଲାପ କରିଥିବା ବ୍ୟକ୍ତି ବା ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସେପଟେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।
https://youtu.be/i-D6OqihpjY