‘ପରୀ’ ପାଇଁ କେନ୍ଦ୍ରୀୟ ତଦନ୍ତ ସୁପାରିସ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର: ପରୀ ହତ୍ୟାର ବର୍ତ୍ତମାନର ତଦନ୍ତରେ ତ୍ରୁଟି ରହିଛି। ସେଥିପାଇଁ କେନ୍ଦ୍ରୀୟ ତଦନ୍ତ କରାଯାଉ। ଏ ନେଇ ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତ ସୁପାରିସ କରନ୍ତୁ ବୋଲି NCPCR ପରାମର୍ଶ ଦେଇଛନ୍ତି । NCPCR କହିଛନ୍ତି ଯେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତଦନ୍ତରେ ତ୍ରୁଟି ପାଇଁ ରାଜ୍ୟ ସରକାର ଦୃଢ଼ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଏନେଇ ରାଜ୍ୟ ମୁଖ୍ୟ ସଚିବଙ୍କୁ ମଧ୍ୟ ଚିଠି ଲେଖିଥିବା ଜଣାଇଛନ୍ତି। SIT ତଦନ୍ତରେ ମଧ୍ୟ NCPCR ଅସନ୍ତୋଷ ପ୍ରକାଶ କରିଛନ୍ତି।   SIT ତଦନ୍ତର ବୈଧତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନର ତଦନ୍ତରେ ତ୍ରୁଟି ରହିଛି; କେନ୍ଦ୍ରୀୟ ତଦନ୍ତ କରାଯାଉ ବୋଲି NCPCR ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତ ସୁପାରିସ କରନ୍ତୁ କହିଲେ NCPCRତେବେ ପରୀ ହତ୍ୟା ନେଇ ସମ୍ବିତ ପାତ୍ର NCPCRଙ୍କୁ ଅଭିଯୋଗ କରିଥିଲେ।

ପରୀ ହତ୍ୟା ମାମଲାରେ ନୟାଗଡ଼ ଜିଲ୍ଲାପାଳ ଓ ଏସ୍‌ପି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ-ଏନ୍‌ସିପିସିଆରଙ୍କ ନିକଟରେ ହାଜର ହୋଇଥିଲେ। ଭିଡିଓ କନଫରେନ୍ସିଂରେ ଦୁଇ ଅଧିକାରୀ ହାଜର ହୋଇ ଘଟଣା ନେଇ ନିଜର ଜବାବ ରଖିଥିଲେ। ଉଭୟ ଅଧିକାରୀଙ୍କୁ ହାଜର ହେବା ଲାଗି ଏନସିପିସିଆର ନୋଟିସ କରିଥିଲେ। ନଭେମ୍ବର ୩୦ରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏନ୍‌ସିପିସିଆର ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋଙ୍କୁ ଭେଟି ପରୀ ହତ୍ୟାର ତଦନ୍ତ ନେଇ ଦାବି କରିଥିଲେ।

ଏନ୍‌ସିପିସିଆର ପ୍ରତ୍ୟେକ୍ଷ ଭାବେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ନୟାଗଡ଼ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସମନ କରିବାକୁ ମଧ୍ୟ ଦାବି କରିଥିଲେ। ଏହାପରେ ଏନ୍‌ସିପିସିଆର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

You might also like