ଖବରକାଗଜ ସହ ସମାନ ଜିଏସ୍‌ଟି ଲାଗୁ କରାଯାଉ-ଅର୍ଥମନ୍ତ୍ରୀଙ୍କ ପାଖରେ ଦାବି କଲା NBF

ନୂଆଦିଲ୍ଲୀ: NBF( News Broadcasters Federation)ର ସଦସ୍ୟ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଖବରକାଗଜ ସହ ସମାନ ଜିଏସ୍‌ଟି ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି। ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି।

ଏନବିଏଫ ସଦସ୍ୟଙ୍କ କହିବା ଅନୁଯାୟୀ ପ୍ରିଣ୍ଟ ମିଡିଆ ଉପରେ ଜିଏସ୍‌ଟି ୫ ପ୍ରତିଶତ ଲାଗୁ କରାଯାଉଥିବାବେଳେ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରି NBF ଅଧ୍ୟକ୍ଷ ଅର୍ଣ୍ଣବ ଗୋସ୍ୱାମୀ ଦେଶରେ ବୈଦ୍ୟୁତିକ ଗଣମାଧ୍ୟମରେ ଗୁରୁତ୍ୱ ଏବଂ ଏହାର ବ୍ୟାବସାୟିକ ଦିଗ ଉପରେ ଆଲୋକପାତ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଏସ୍‌ଟିରେ ସମାନତା ରଖିବାର ଆବଶ୍ୟକତା ମଧ୍ୟ ରହିଛି ବୋଲି ସେ କହିଥିଲେ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅନୁରୋଧପତ୍ରକୁ ସ୍ୱୀକାର କରିବା ସହ ଏହା ଉପରେ ଦୃଷ୍ଟି କରିବେ NBF ସଦସ୍ୟମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ବୈଠକରେ NBFର ଅଧ୍ୟକ୍ଷ ଅର୍ଣ୍ଣବ ଗୋସ୍ୱାମୀ, ଉପାଧ୍ୟକ୍ଷ ଜଗି ଏମ.ପଣ୍ଡା ଓ ସଞ୍ଜିବ ନରେନ୍‌, ସାଧାରଣ ସମ୍ପାଦକ ଆର.ଜୟକ୍ରିଷ୍ଣ ପ୍ରତିନିଧିତ୍ୱ କରିଥିଲେ।

You might also like