ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କରୋନା ଭାଇରସକୁ ରୋକିବ ଡିଭାଇସ ସେଫ୍ଟି କ୍ୟାପ । ଏହାକୁ ତିଆରି କରିଛନ୍ତି ବିଟେକ ପ୍ରଥମ ବର୍ଷ ଛାତ୍ର ଅଂଶୁମାନ ମିଶ୍ର । ଅଂଶୁମାନଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜ ସୁନାଖଳାରେ । ମାତ୍ର ୨୦୦ ଟଙ୍କାରେ ଏହି କ୍ୟାପ ପ୍ରସ୍ତୁତ ହୋଇପାରିଛି ଏବଂ ଏହା କରୋନା ଭାଇରସ ବ୍ୟାପିବାକୁ ରୋକି ପାରିବ ବୋଲି ଦାବି କରିଛନ୍ତି ଅଂଶୁମାନ ।
କ୍ୟାପ ମଣିଷର ମୁଁହ ପାଖକୁ ଆସୁଥିବା ବସ୍ତୁରେ ଭାଇରସ ଥିଲେ ସାଇରନ ଏବଂ ନାଲି ଲାଇଟ ଜଳାଇ ସୂଚିତ କରି ପାରୁଛି । ଅଂଶୁମାନଙ୍କ ଏଭଳି ଉଦ୍ଭାବନ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୂଅ ଛୁଟୁଛି ମିଳୁଛି । ସରକାର ଏହି ଭଳି କ୍ୟାପ, ପୋଲିସ,ସ୍ୱାସ୍ଥ୍ୟକର୍ମୀ ଏବଂ ସାର୍ବଜନୀନ ସେବା ଯୋଗାଉଥିବା କର୍ମୀଙ୍କ ପାଇଁ ପ୍ରସ୍ତୁତ କଲେ କରୋନାକୁ ବହୁ ମାତ୍ରାରେ ରୋକି ହେବ ବୋଲି ଦାବି କରିଛନ୍ତି ଅଂଶୁମାନ ।