• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଇଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ସତ କରି ଦେଖାଇ ପାରିଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଘୁଆପଲ୍ଲୀ ଭଳି ଏକ ଅଖ୍ୟାତ ପଲ୍ଲୀର ଗାଁ ଲୋକେ । ଏଇ ଲଣ୍ଡା ପାହାଡ଼ ଦିନେ ମସୃଣ ପଥର ଆଉ କଣ୍ଟା ଗଛରେ ପରିପୂର୍ଣ୍ଣ ଥିଲା। ହେଲେ ଆଜି ସେ ପାହାଡ଼ ହସୁଛି । ସବୁଜ ପଣତ ତଳେ ଘୋଡେଇ ହୋଇ ପର୍ଯ୍ୟଟକଙ୍କୁ ଡାକୁଛି।

ଭାପୁର ବ୍ଲକ ବାଘୁଆପଲ୍ଲୀରେ ରହିଛି ନାଣ୍ଡି ପାହାଡ଼ । ସମୁଦ୍ର ପତନ ଠାରୁ ୪୦୦ଫୁଟ ଉଚ୍ଚତାରେ ଥିବା ଏହି ନାଣ୍ଡି ପାହାଡ଼ ଦିନେ ଥିଲା ବଡ ବଡ ପଥର,ସିଜୁ,ଭଇଞ୍ଚ ଭଳି କଣ୍ଟା ଗଛରେ ଭରପୁର । ଉପରି ଭାଗରେ ଅସଂଖ୍ୟ ନାଗ ନାଗୁଣି ବୁଲୁଥିବା ଦେଖିବାକୁ ମିଳୁଥିଲା । ଲୋକେ ସେଠାକୁ ଯିବାକୁ ଡରୁଥିଲେ।

ହେଲେ ଆଜି ଏଇ ନାଣ୍ଡି ପାହାଡ ହସୁଛି। ପର୍ଯ୍ୟଟକଙ୍କୁ ହାତଠାରି ଡାକୁଛି। ତାର ଅପରୂପ ସୌନ୍ଦର୍ଯ୍ୟରେ ଆଜି ପର୍ଯ୍ୟଟକ ବି ହଜିଯାଉଛନ୍ତି। ଟାଣି ହୋଇ ଆସୁଛନ୍ତି। ନାଣ୍ଡି ପାହାଡକୁ ଏମିତି ଅପରୂପ ଶୋଭା ପଛରେ ରହିଛି ଗାଁ ଲୋକଙ୍କ ହାତ।

ପ୍ରଥମେ ନାଣ୍ଡି ପାହାଡ଼ ଜଙ୍ଗଲରେ  ଏକ ଶିବ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତି ନେଲେ ଗାଁ ଲୋକ। ହେଲେ ଏତେ ଉଚ୍ଚ, ତୀଖ ପାହାଡ଼ ଶିଖରରେ ମନ୍ଦିର ନିର୍ମାଣ କିଭଳି ସମ୍ଭବ ହୋଇ ପାରିବ ଏନେଇ ଚିନ୍ତା ପ୍ରକଟ କଲେ ଗାଁର ବୁଦ୍ଧିଜୀବୀ । ପରିଶେଷରେ ଗାଁ ବୈଠକରେ ନିଷ୍ପତ୍ତି ହେଲା ପାହାଡ ଉପରେ ମନ୍ଦିର ତିଆରି କରିବେ।

ଏଥିପାଇଁ  ଗାଁ ଲୋକମାନେ ପ୍ରତିଦିନ ପାଳି କରି ବେଠି କରି ପାହାଡ଼କୁ ରାସ୍ତା ତିଆରି କରିବେ। ତାହା କଲେ ମଧ୍ୟ। ପାହାଡ଼ କାଟିରାସ୍ତା ତିଆରି କରିବାସହ  ୨୦୦ ଫୁଟ ଉଚ୍ଚ ପାହାଡର ଉପରିଭାଗକୁ ସମତଳ କରିବା କାମ ଆରମ୍ଭ କଲେ । ଏହି କ୍ରମରେ ୧୯୯୯ ମସିହାରୁ ୨୦୧୧ ମସିହା ଦୀର୍ଘ ୧୨ ବର୍ଷରେ ଏଠାରେ ପ୍ରତିଷ୍ଠା ହେଲା ବାବା ଅଖଣ୍ଡଳମଣିଙ୍କ ମନ୍ଦିର । ଉତ୍କୃଷ୍ଟ କାରୁକାର୍ଯ୍ୟ ସହ ପୁରା ପାହାଡ଼ ଆଜି ସଜେଇ ହୋଇଛି ।

ପ୍ରତିଦିନ ଏଠାରେ ଭିଡ଼ ଜମୁଛି । ଅନବରତ ଗହଳି ଚହଳି ଲାଗି ରହୁଛି । ଆଖଣ୍ଡଳମଣିଙ୍କ ଦର୍ଶନ ସାଙ୍ଗକୁ ବଣଭୋଜିର ମଜା ନେବାକୁ ଦୂର ଦୁରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକମାନେ । ସମସ୍ତଙ୍କର ପସନ୍ଦ ବାଘୁଆପଲ୍ଲୀର ଏହି ସୁନ୍ଦର ସ୍ଥାନ । ନୟାଗଡ଼ ଜିଲ୍ଲା ର ସବୁଠୁ ସୁନ୍ଦର ମନ୍ଦିର ଭାବେ ପ୍ରତିଷ୍ଠିତ ହୋଇ ପାରିଛି ଏହି ମନ୍ଦିର ।ତେବେ ସରକାରୀ ଅନୁଦାନ ଏବଂ ଏହାକୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ ।

Nayagarh-nandi-pahada-become-green-and-attracts-visitors-today
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories