ତଦନ୍ତ ନେଇ ଯଦୁପୁର ନାବାଳିକା ମା’ଙ୍କ ପ୍ରତିକ୍ରିୟା; SIT କାହାଣୀ କହୁଛି, ସିବିଆଇ ତଦନ୍ତ ହେଉ

ଯଦୁପୁର: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଗିରଫ ସରୋଜ ସେଠୀଙ୍କୁ ଆଜି ବିଚାରବିଭାଗୀୟ ହାଜତକୁ ପଠାଇଛି।, ୩ ଦିନିଆ ରିମାଣ୍ଡ ପରେ ସରୋଜଙ୍କୁ ପକ୍ସୋ କୋର୍ଟରେ ହାଜର କରିଛି ପୋଲିସ। ରିମାଣ୍ଡ ସରିଥିବାରୁ ସରଜୋଙ୍କୁ ବିଚାରବିଭାଗୀୟ ହାଜଜତକୁ ପଠାଯାଇଛି।

SIT ତଦନ୍ତ ନେଇ କ’ଣ କହିଲେ ନାବାଳିକାଙ୍କ ମାଆ ?

SIT ତଦନ୍ତ ନେଇ ନୟାଗଡ଼ ଯଦୁପୁରରେ ନାବାଳିକାଙ୍କ ମା ପ୍ରତିକ୍ରିୟା ରଖିଛନ୍ତି। ଝିଅର ୭୫ ପ୍ରତିଶତ ହାଡ଼ କୁଆଡ଼େ ଗଲା ବୋଲି ସେ ପୁଣିଥରେ ପ୍ରଶ୍ନ କରିଛନ୍ତି। ଏନେଇ ସେ କହିଛନ୍ତି, ମଣିଷ ଶରୀରରେ ୨୦୬ ଖଣ୍ଡ ହାଡ଼ ଥାଏ। ପରୀର ୧୨ ଖଣ୍ଡ ମିଳିଲା। ମୁଣ୍ଡ ଖପୁରୀ ସହ ମୋଟ ୧୨ ଖଣ୍ଡ ହାଡ଼ ମିଳିଥିଲା। ବାକି ହାଡ଼ ସବୁ କୁଆଡ଼େ ଗଲା ବୋଲି ବୋଲି ନାବାଳିକାଙ୍କ ମାଆ କହିଛନ୍ତି।

ଏସ୍‌ଆଇଟି ତଦନ୍ତକୁ ସମାଲୋଚନା କରି ସେ କହିଛନ୍ତି SIT କାହାଣୀ ଶୁଣାଉଛି। ପ୍ରକୃତ ଆାସାମୀକୁ ଘୋଡ଼ାଇବାକୁ ଚାହୁଁଛି। ବାବୁଲି ନାଏକ ଏବଂ ତାର ଗ୍ୟାଙ୍ଗ ଏଥିରେ ସଂପୃକ୍ତ ବୋଲି ନାବାଳିକାଙ୍କ ମାଆ ଅଭିଯୋଗ କରିଛନ୍ତି।

ଏଥିସହିତ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅର ଅଙ୍ଗତସ୍କରୀ ହୋଇଛି। SIT ସେ ଦିଗରେ ତଦନ୍ତ କରୁନି। ସରୋଜ ସେମିତି କରିନାହାନ୍ତି ବୋଲି ନାବାଳିକାଙ୍କ ମାଆ ପୁଣିଥରେ ଦୋହରାଇଛନ୍ତି। ଏଥିସହିତ ସିବିଆଇ ତଦନ୍ତ ହେଉ ଓ ପ୍ରକୃତ ଦୋଷୀକୁ ଧରାଯାଉ ବୋଲି ସେ ଦାବି କରିଛନ୍ତି। ଏହା ପୂର୍ବରୁ ନାବାଳିକାଙ୍କ ବାପା ମଧ୍ୟ ସରୋଜ ଏମିତି କରିନଥିବେ ବୋଲି ପ୍ରତିକ୍ରିୟା ଦେଇ ଏସ୍‌ଆଇଟି ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ।

ସରୋଜଙ୍କ ପରିବାର ବର୍ଗଙ୍କ ପ୍ରତିକ୍ରିୟା

ସେପଟେ ସରୋଜର ମାଆ କହିଛନ୍ତି ତାଙ୍କ ପୁଅ ନିର୍ଦ୍ଦୋଷ। ସରୋଜକୁ ଫସାଯାଇଛି ବୋଲି ତାଙ୍କ ମାଆ ପ୍ରତିକ୍ରିୟାରେ ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପୁଅ ସରୋଜଙ୍କୁ ମାଡ଼ ମରାଯାଉଛି। ନାନା ଯନ୍ତ୍ରଣା ଦିଆଯାଉଛି। ତାକୁ ଭୟଭୀତ କରି କଷ୍ଟ ଦେଇ ରାଜୀ କରାଉଛନ୍ତି। ସବୁ ପ୍ରମାଣ ମିଛ ବୋଲି ସରୋଜଙ୍କ ମାଆ କହିଛନ୍ତି।

ଅନ୍ୟପଟେ ସରୋଜଙ୍କର ଭିଣୋଇ କହିଛନ୍ତି ଯେ ପୂରା ପରିବାରକୁ ଘର ଭିତରେ ବନ୍ଦ କରି ରଖାଯାଇଥିଲା। ଜାଣିଶୁଣି ସୋରଜଙ୍କୁ ଫସାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।। ଏଥିସହିତ ତାଙ୍କ ଦାଣ୍ଡପଟୁ ଲୁଗାଶୁଖା ତାର କାଟି ନେଇଛନ୍ତି। ଏବଂ କାହାକୁ ନକହିବାକୁ କହିଥିଲେ ବୋଲି ସରୋଜଙ୍କ ମାଆ କହିଛନ୍ତି।

ସରୋଜଙ୍କ ଭଉଣୀଙ୍କ କହିବାନୁସାରେ, ଆମ ଭାଇ ଆସୁଥିଲେ, କିନ୍ତୁ ଆମକୁ ଖବର ଦିଆଗଲା ନାହିଁ। ପାଞ୍ଚ ମିନିଟ୍‌ କଥା ହେବାକୁ କହି ଆମକୁ ଘରେ ବନ୍ଦ କରିଦେଲେ ବୋଲି ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି। ତାଙ୍କୁ ବାଡ଼େଇ ଡରଉନ୍ତି ବୋଲି ସେ କହିଛନ୍ତି। ଘଟଣା ସମ୍ପୂର୍ଣ୍ଣ ମିଛ ବୋଲି ସରୋଜଙ୍କ ଭଉଣୀ କହିଛନ୍ତି।

ଯଦୁପୁରରେ ପହଞ୍ଚିଲା ବିଜେପି ପଦଯାତ୍ରା

ନୟାଗଡ଼ ଯଦୁପୁର ନାବାଳିକାଙ୍କ ପାଇଁ ବିଜେପିର ପଦଯାତ୍ରାର ଆଜି ଅନ୍ତିମ ପର୍ଯ୍ୟାୟ। ଇଟାମାଟିରୁ ବାହାରି ବିଜେପି ଟିମ୍ ଯଦୁପୁରରେ ନାବାଳିକାଙ୍କ ଘରେ ପହଞ୍ଚିଛନ୍ତି। ବିଜେପି ଟିମ୍ ଗାଁରେ ପହଞ୍ଚିବା ପରେ ସିଦ୍ଧେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସିଧାସଳଖ ନାବାଳିକାଙ୍କ ଘରକୁ ଯାଇ ମାଆ ବାପାଙ୍କୁ ଭେଟିଛନ୍ତି।

ଏହାପରେ ନୟାଗଡ ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ବିଶାଳ ପଥପ୍ରାନ୍ତ ସମାବେଶ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ବିଶାଳ ପଥପ୍ରାନ୍ତ ସମାବେଶରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ଅନେକ ବରିଷ୍ଠ ନେତା ଯୋଗ ଦେଉଛନ୍ତି।

ନାବାଳିକାଙ୍କ ହତ୍ୟାର ଅସଲ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି। ମାମଲାରେ ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ଏହି ପଦଯାତ୍ରା ଆୟୋଜନ କରାଯାଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ଯଦୁପୁର ନାବାଳିକାଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରୁଛି।

ହାଡ଼ ମିଳିବା ନେଇ କଣ କହିଲେ SIT ମୁଖ୍ୟ ଅରୁଣ ବୋଥ୍ରା ?

ପୂର୍ବରୁ ଆଜି ନାବାଳିକା ହତ୍ୟା ମାମଲାରେ ଆଉ ଏକ ମହାଖୁଲାସା କରିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ବୋଥ୍ରା କହିଛନ୍ତି ଯେ, ପରୀର କୌଣସି ହାଡ଼ ନିଖୋଜ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ନଥିବା କଥା କୁହାଯାଇନାହିଁ। ହାଡ ମିଳିନଥିବା ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ କିଛି କହିନାହାନ୍ତି ବୋଲି ବୋଥ୍ରା କହିଛନ୍ତି। ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା। ଡିଏନଏ ଟେଷ୍ଟ କରିବା ଲାଗି ଡାକ୍ତରମାନେ କିଛି ହାଡ ପଠାଇଥିଲେ ବୋଲି ଅରୁଣ କହିଛନ୍ତି।

ନାବାଳିକା ହତ୍ୟାର ଡେମୋ ଦେଖାଇଲା ସରୋଜ

ନୟାଗଡ ନାବାଳିକା ହତ୍ୟା ମାମଲାରେ ଘଣ୍ଟାକୁ ଘଣ୍ଟା କିଛି ନା କିଛି ନୂଆ ତଥ୍ୟ ଆସିବାରେ ଲାଗିଛି । ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ, ଘଟଣା ସ୍ଥଳକୁ ଯାଇ ଡେମୋ ଦେଖାଇଛି ସରୋଜ। ହତ୍ୟା ଘଟିଥିବା ସ୍ଥାନ ଅର୍ଥାତ ଯଦୁପୁରକୁ ନେଇ ସରୋଜକୁ ଡେମୋ କରାଇଲା ଏସଆଇଟି। ପୋଖରୀ କୂଳରେ ଘଟଣା ସମ୍ପର୍କରେ ପୂରା କଥା ବର୍ଣ୍ଣନା କଲା ସରୋଜ। ତେବେ ଘଟଣା ସ୍ଥଳରେ ଟିକିନିଖି ପଚାରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏବଂ ଏସଆଇଟି ସାମ୍ନାରେ ଗୋଟି ଗୋଟି ଘଟଣା ଦେଖାଉଛି ସରୋଜ।

 

 

 

You might also like