• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ବ୍ରେନ୍ ମ୍ୟାପିଂ ପାଇଁ ନାବାଳକ ଅଭିଯୁକ୍ତ ଅମଙ୍ଗ ହେଉଛି । ଆଉ ଏଥିପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ମନା କରି ଦେଇଛି ଅଭିଯୁକ୍ତ । ପୂର୍ବରୁ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ମନା କରିଥିଲା ନାବାଳକ ଅଭିଯୁକ୍ତ । ତେବେ ଏସଆଇଟିର ଯୁକ୍ତି ଶୁଣିବା ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି ।

ଆଜି ଅଭିଯୁକ୍ତ ନାବାଳକର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଶୁଣାଣି ହୋଇଛି । ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଳସୁଧାର ଗୃହରୁ ଅଣାଯାଇ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ହାଜର କରାଯାଇଛି। ଗତ ୮ ତାରିଖରେ ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲା ଏସଆଇଟି ।

ସେପଟେ ନିଜ ଝିଅକୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଯାଇଛନ୍ତି ମୃତ ନାବାଳିକାର ମା ସୌଦାମିନୀ । ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । 

ପୂର୍ବରୁ ଅଭିଯୁକ୍ତର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ଏସ୍‌ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା। ଅଭିଯୁକ୍ତ ଏହି ଟେଷ୍ଟ ପାଇଁ ରାଜି ହୋଇ ନଥିବା ବେଳେ ନୟାଗଡ଼ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଏସ୍‌ଆଇଟିର ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଏସ୍‌ଆଇଟି ବ୍ରେନ୍ ମ୍ୟାପିଂ ପାଇଁ ପୁଣି ଥରେ ଆବେଦନ କରିଥିଲା ଏସଆଇଟି ।

Nayagarh-minor-girl-murder-case-accused-refuses-to-undergo-brain-mapping-test
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories