ସରପଞ୍ଚକୁ ହାଣି ହତ୍ୟା କଲେ ଦୁର୍ବୃତ୍ତ

ନୟାଗଡ଼: ମନରେ ଭିତରେ କ୍ରୋଧ ମଣିଷକୁ ପଶୁ ବନାଇ ଦିଏ। କ୍ରୋଧ ଓ ଈର୍ଷାରେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ବିବେକ ବୁଦ୍ଧି ହୀନ ପଶୁ ଭଳି କାର୍ଯ୍ୟ କରିଥାଏ। ଠିକ୍‌ ଏଭଳି ଏକ ନୃଶଂସ ଓ ପାଶବିକ କାର୍ଯ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଢୋଲମରା ପଞ୍ଚାୟତରେ। ଏଠାରେ ସରପଞ୍ଚଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ ସରପଞ୍ଚ ସୁଶାନ୍ତ ବେହେରାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ସୁଶାନ୍ତ ପଞ୍ଚାୟତ ଅଫିସରୁ ଫେରୁଥିଲେ। ଏହି ସମୟରେ କିଛି  ଦୁର୍ବୃତ୍ତ ତାଙ୍କୁ ଛକି ରହିଥିଲେ।  କୋଠାଘର ଗାଁ ପାଖରେ ଏହି ଦୁର୍ବୃତ୍ତମାନେ ସରପଞ୍ଚ ସୁଶାନ୍ତ ବେହେରାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଯାଇଥିଲେ ସୁଶାନ୍ତ ବେହେରା।

ପରେ ତାଙ୍କୁ ଉଦ୍ଧାର କରାଯାଇ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହ ଜବତ କରି ଖଣ୍ଡପଡ଼ା ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

 

You might also like