ମୃତ ଶରୀରର ସରିଥିଲା ପୋଷ୍ଟମର୍ଟମ, କିନ୍ତୁ ବଞ୍ଚିଥିବା କହି ମରଶରୀରର ରାତିସାରା ପୂଜାର୍ଚ୍ଚନା କଲେ ଗାଁ ଲୋକେ

ଆମେ ମଲା ମଣିଷକୁ ବଂଚାଇବୁ

ନୟାଗଡ଼: ପୋଷ୍ଟମର୍ଟମ ପରେ ମୃତଦେହକୁ ବଞ୍ଚାଇବାକୁ ଉଦ୍ୟମ। ରାତିତମାମ ପୂଜାପାଠ ବି ଚାଲିଲା। ନୟାଗଡ ଶରଣକୂଳ ଥାନା ସିଙ୍ଗରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅନ୍ଧବିଶ୍ୱାସର ଘଟଣା। ଗାଁର ରବି ନାହାକ ୨ ଦିନ ତଳେ ଦଣ୍ଡରେ ମିଶିଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ପୋଷ୍ଟମର୍ଟମ ପରେ ଶବଦାହ ପାଇଁ ମୃତଦେହ ମଶାଣିକୁ ନିଆଯାଇଥିଲା। ମାତ୍ର ଗାଁ ଲୋକେ ତାଙ୍କ ଦେହରେ ଭଗବାନ ଥିବା କହି ରାତି ତମାମ ପୂଜାର୍ଚ୍ଚନା କରିଥିଲେ। ମୃତଦେହକୁ ବଞ୍ଚାଇବାକୁ ତାଉପରେ ଗରା ଗରା ପାଣି ଢାଳିଥିଲେ। ନାମ ସଂକୀର୍ତ୍ତନ ବି କରାଯାଇଥିଲା। ଶରଣକୂଳ ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ତେବେ ବିଜ୍ଞାନ ଯୁଗରେ ବି ରହିଥିବା ଏଭଳି ଅନ୍ଧବିଶ୍ୱାସକୁ ନେଇ ଚର୍ଚ୍ଚା ହେଉଛି।

You might also like