ପାଣି ଶୁଖିଲା ପରେ ମହାନଦୀ ଗର୍ଭରେ ଦିଶିଲା ୫ଶହ ବର୍ଷ ତଳର ପ୍ରାଚୀନ ମନ୍ଦିର

ନୟାଗଡ଼: ମହାନଦୀ ଗର୍ଭରେ ପ୍ରାଚୀନ ମନ୍ଦିର। ପାଣି କମିବା ପରେ ମନ୍ଦିରର ଚୂଡ଼ା ସ୍ପଷ୍ଟ ଦିଶୁଛି। ନୟାଗଡ଼ ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଭିତରୁ ଏହି ପ୍ରାଚୀନ ଗୋପୀନାଥ ମନ୍ଦିର ଦୃଶ୍ୟମାନ ହୋଇଛି। ମୁଖ୍ୟ ମନ୍ଦିର ପାଖରେ ଆଉ ଦୁଇଟି ମନ୍ଦିର, ତୁଳସୀ ଚଉରା, କୂଅ, ରୋଷଘର ବି ପାଣି ଭିତରେ ସ୍ପଷ୍ଟ ଭାବେ ଦିଶୁଛି।

ବିଷ୍ଣୁ ମନ୍ଦିର ଢାଞ୍ଚାରେ ତିଆରି ହୋଇଛି ମନ୍ଦିର। ଏହା ପ୍ରାୟ ୫ ଶହ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି। ପଞ୍ଚଦଶ ବା ଷୋଡ଼ଶ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ ହୋଇଥାଇପାରେ ବୋଲି କୁହାଯାଉଛି।

pic credit-Deepak Kumar Nayak

୧୧ ବର୍ଷ ତଳେ ମହାନଦୀର ପାଣି କମିଥିବାରୁ ମନ୍ଦିରଟି ଦିଶିଥିଲା। କୁହାଯାଏ ଏହି ପ୍ରାଚୀନ ଗୋପୀନାଥ ମନ୍ଦିର ନିକଟରେ ପଦ୍ମାବତୀ ଗାଁ ଥିଲା। ମହାନଦୀ ଗତି ପରିବର୍ତ୍ତନ କରିବାରୁ ଓ କୂଳ ଲଂଘନ କରିଥିବାରୁ ପଦ୍ମାବତୀ ସହିତ ଅନେକ ଗାଁ ମହାନଦୀ ଗର୍ଭରେ ଲୀନ ହୋଇଥିଲା। ସେହି ଗାଁର ଲୋକେ ସୁରକ୍ଷିତ ସ୍ଥାନକୁ ଆସି ନୂଆ ଗାଁ ସ୍ଥାପନ କରି ରହିଛନ୍ତି।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like