କରୋନା ପାଇଁ ଅସ୍ତ୍ର ଛାଡ଼ିଲେ ମାଓବାଦୀ

ମାଲକାନଗିରି: ସାରା ବିଶ୍ୱ ମହାମାରୀକୁ ନେଇ ଚିନ୍ତାରେ ଥିବା ବେଳେ ମାଓବାଦୀମାନେ ମଧ୍ୟ ଅସ୍ତ୍ରବିରତି ଘୋଷଣା କରିଛନ୍ତି।ଦେଶରେ କରୋନା ମହାମାରୀ ଲାଗିଥିବାରୁ ମାଓବାଦୀଙ୍କ ପକ୍ଷରୁ କୌଣସି ଇନଫର୍ମର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହଁ।  ଏହାସହ ପୋଲିସ ବାହିନୀ ଉପରେ ମଧ୍ୟ ଆକ୍ରମଣ କରାଯିବ ନାହିଁ ବୋଲି ମାଓନେତା କୈଳାଶ କହିଛନ୍ତି।

ସରକାରୀ କର୍ମଚାରୀମାନେ ଆସି ନିର୍ଭୟରେ ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତୁ ବୋଲି ଅଡିଓ ଟେପ୍ ଜାରି କରିଛନ୍ତି ମାଓନେତା। ସରକାର ଦେଉଥିବା ଭତ୍ତା ଓ ଚାଉଳ ପର୍ଯ୍ୟାପ୍ତ ନୁହେଁ । ଏହାକୁ ଆହୁରି ବଢ଼ାଇବା ଦରକାର ବୋଲି କହିଛନ୍ତି ମାଓନେତା।

ଏଥିସହ ସରକାର କରିଥିବା ସଚେତନତା ଗାଇଡ୍‌ଲାଇନ  ଅନୁଯାୟୀ ଲୋକେ ହାତ ବାରମ୍ବାର ଧୋଇବା ଓ ସାମାଜିକ ଦୂରତା ବଜାଇ ରଖିବାକୁ ମଧ୍ୟ ମାଓବାଦୀମାନେ କହିଛନ୍ତି। ଏ ନେଇ ଲୋକଙ୍କୁ ବୁଝାଉଥିବା ଅଡିଓ ଟେପରେ ଜାରି  କରିଛନ୍ତି ।

You might also like