ଛତିଶଗଡ଼ରୁ ନକ୍ସଲ ନେତା ଗିରଫ

ରାୟପୁର: ଛତିଶଗଡ଼ ରାଜନନ୍ଦଗାଓଁରୁ ନକ୍ସଲ ଜାତୀୟ ସଂଯୋଜକ ଏନ୍‌ଭି ରାଓଙ୍କୁ ଛତିଶଗଡ଼ ପୁଲିସ୍‌ ଗିରଫ କରିଛି। ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ଗିରଫ ପରେ ପୁଲିସ୍‌ ୨୩ଟି ଡେଟୋନେଟର, ଗୋଟିଏ ମୋବାଇଲ ଓ ନକ୍ସଲ ପତ୍ରିକା ଜବତ କରିଛି।

ସେ ହାଇଦ୍ରାବାଦ୍‌ ସ୍ଥିତ ନ୍ୟାସ୍‌ନାଲ୍‌ ଜିଓଫିଜିକାଲ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ସିନିଅର୍‌ ଟେକ୍ନିକାଲ୍‌ ଅଫିସର ଭାବେ କାର୍ଯ୍ୟରତ ଥିଲେ। ସେ ମଧ୍ୟ ଜଣେ ଏକ୍ସପ୍ଲୋସିଭ୍‌ ଏକ୍ସପର୍ଟ ବୋଲି ଜଣାପଡ଼ିଛି।

You might also like