ଏନ୍‌ଉଣ୍ଟରରେ ମାଓବାଦୀ ନିହତ

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତ ମାଓବାଦୀ ଜଣକ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ସଦସ୍ୟ ବୋଲି କୁହାଯାଉଛି ।

ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ଏହାସହ ଶିର୍ଲା ଅଞ୍ଚଳରେ ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛ।

ସୂଚନାଥାଉ କି, ଦିନକ ପୂର୍ବରୁ ଶିର୍ଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିରେ ୪ ଜଣ ମାଓବାଦୀ ପ୍ରାଣ ହରାଇଥିଲେ।

 

You might also like