ଭୁବନେଶ୍ୱର: ସରକାରଙ୍କୁ କୋଣାର୍କ ସ୍ଥିତ ସୂର୍ଯ୍ୟମନ୍ଦିରର ଚିନ୍ତା। ସୂର୍ଯ୍ୟମନ୍ଦିର ପରିସରରେ ବର୍ଷାଜଳ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ନବୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଚିଠି ଲେଖି ସାମାନ୍ୟ ବର୍ଷାରେ କୋଣାର୍କ ସୂର୍ଯ୍ୟମନ୍ଦିରର ପରିସର ଜଳପ୍ଲାବିତ ହେଉଥିବା କଥା ଜଣାଇଛନ୍ତି।
ଏଥିସହ ତୁରନ୍ତ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଡ୍ରେନେଜ୍ ବ୍ୟବସ୍ଥା ପାଇଁ ପୂରା ପ୍ରସ୍ତୁତ ଅଛନ୍ତି। ଏଏସଆଇ ଯଦି ଅନୁମତି ଦିଏ, ରାଜ୍ୟ ସରକାର ଏହାର ବ୍ୟବସ୍ଥା କରିବେ ବୋଲି ସେ ଉଲ୍ଲେଖ କରିବା ସହ କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା ପାଇଁ କେନ୍ଦ୍ର ତୁରନ୍ତ ଦୃଷ୍ଟିଦେବ ବୋଲି ଆଶାପ୍ରକାଶ କରିଛନ୍ତି।