୨୦୨୧ ଜନଗଣନା ଓ NPR ଅପଡେଟ୍ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ୨୦୨୧ ଜନଗଣନା ଓ NPR ଅପଡେଟ୍ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପ୍ରିଲ ପହିଲାରୁ  ସେପଟମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରକ୍ରିୟାରେ ପ୍ରାୟ ୩୦ ଲକ୍ଷ ଲୋକ ନିୟୋଜିତ ହେବ ତେବେ କରୋନା ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ବର୍ତ୍ତମାନ ପରିସ୍ଥିତିରେ ଜନସଂଖ୍ୟା କାର୍ଯ୍ୟ ନକରିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି।

କରୋନା ସହ ଲଢ଼ିବାକୁ ରାଜ୍ୟ ସରକାର ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଜନଗଣନା କାର୍ଯ୍ୟ ଆରମ୍ଭ କରାଗଲେ ଏଥିରେ ସଂପୃକ୍ତ କର୍ମଚାରୀ ଓ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟପ୍ରତି ଗୁରୁତର ବିପଦ ସୃଷ୍ଟି ହେବ ବୋଲି ନବୀନ ଲେଖିଛନ୍ତି।

ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ହାଉସ୍ ଲିଷ୍ଟିଙ୍ଗ ବା ଘରଗଣନା କରାଯିବ। ଏଥିପାଇଁ ୩୧ଟି ପ୍ରଶ୍ନ ରହିଛି। ସମ୍ପୃକ୍ତ ଅଧିକାରୀ ଘରକୁ ଘର ଯାଇଁ ଏହି ପ୍ରଶ୍ନଗୁଡ଼ିକୁ ପଚାରି ତଥ୍ୟ ସଂଗ୍ରହ କରିବେ। ଓଡ଼ିଶାରେ ଏପ୍ରିଲ ୧୬ରୁ ମେ ୧୬ ପଯର୍ୟନ୍ତ ଏହି ପ୍ରକ୍ରିୟା ଚାଲିବା ସମ୍ଭାବନା ରହିଛି।

You might also like