ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ନବୀନ

ଭୁବନେଶ୍ୱର: ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ହେଲିକେପଟରେ ଯାଇ ଆକାଶମାର୍ଗରୁ ବାତ୍ୟା ଅମ୍ପନରେ ପ୍ରଭାବିତ ହୋଇଥିବା ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବ୍ୟାପକ ଫସଲ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ଭିତ୍ତିଭୂମିର ତ୍ୱରିତ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତାକାଲି ସକାଳ ସୁଦ୍ଧା ରାସ୍ତା ସଫା ହେବା ସହ ଯୋଗାଯୋଗ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।

ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସରବରାହ ପୁନରୁଦ୍ଧାର ପାଇଁ ସେସୁ ଅଧୀନରେ ଥିବା ଅଞ୍ଚଳରେ ୨୪ ଘଣ୍ଟା ଓ ନେସ୍କୋ ଅଧିନରେ ୭୨ ଘଣ୍ଟା ପାଇଁ ସମୟ ଦେଇଛନ୍ତି। ଆସନ୍ତା ୩ ଦିନ ଭିତରେ କୃଷି କ୍ଷୟକ୍ଷତିର ଆକଳନ ଓ ସପ୍ତାହେ ମଧ୍ୟରେ ଘର ଭଙ୍ଗା କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ବାତ୍ୟାରେ ପଶ୍ଚିମବଙ୍ଗରେ ହୋଇଥିବା ଧନଜୀବନ କ୍ଷୟକ୍ଷତି ନେଇ ଶୋକ ପ୍ରକାଶ କରିଛନ୍ତି ନବୀନ। ସଂକଟ ସ୍ଥିତିରେ ଓଡ଼ିଶା ପଶ୍ଚିମବଙ୍ଗ ସହିତ ରହିଛି ବୋଲି ସେ କହିବା ସହ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

You might also like