ତାମିଲନାଡୁରୁ ଫସିଥିବା ଓଡ଼ିଆ କେମିତି ଫେରିବେ, ପଲାନିସ୍ୱାମୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ତାମିଲନାଡୁରେ ଫସିଥିବା ଓଡ଼ିଆଙ୍କ ଫେରିବା ନେଇ ଆଜି ସେଠାକାର ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ୱାମୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଭିଡ଼ିଓ କନଫରେନ୍ସିଂ ଆଲୋଚନାରେ ସାମିଲ ହୋଇଥିଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲକଡାଉନ୍ ସମୟରେ ତାମିଲନାଡୁରେ ଅସୁବିଧାରେ ଥିବା ଓଡ଼ିଆଙ୍କ ଯତ୍ନ ନେଇଥିବାରୁ ପଲାନିସ୍ୱାମୀଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ।

ତାସହ ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକେ ଯେପରି ସୁବିଧାରେ ଫେରି ପାରିବେ ସେ ନେଇ ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏ ଦିଗରେ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ପାଲାନିସ୍ୱାମୀ। ଚେନ୍ନାଇର ଗୁରୁ ନାନକ କଲେଜରେ ହୋଇଥିବା ଆଶ୍ରୟ ଶିବିରରେ ରହିଥିବା ଓଡ଼ିଆଙ୍କ ସହ ନବୀନ କଥା ହୋଇଥିଲେ।

You might also like