• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଦେଶରେ କରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଗୁଡିକ ହେଲା:-

  • ଜିଲ୍ଲା ବଦଳରେ ଛୋଟ ଛୋଟ ଓ ସାଇଣ୍ଟିଫିକ୍ ୟୁନିଟ୍‌କୁ କୋଭିଡ୍ ଜୋନ୍‌ରେ ପରିଣତ କରିବା ଓ ଏସଂପର୍କରେ ନିଷ୍ପତ୍ତି ନେବା ଲାଗି ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦେବା ପାଇଁ ନବୀନ ପ୍ରସ୍ତାବ ରଖିଛନ୍ତି।
  • ସେହିପରି ଲକଡାଉନ ଓ ଅନ୍ୟାନ୍ୟ କଟକଣାକୁ ନେଇ ଜାତୀୟସ୍ତରରେ ନୀତି ନିର୍ଦ୍ଧାରଣ ଓ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦିଆଯିବା ସପକ୍ଷରେ ମତ ଦେଇଛନ୍ତି ନବୀନ।
  • ଦେଶର ଅର୍ଥନୀତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଲାଗି ଜାତୀୟସ୍ତରରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଅର ବା SOP ପ୍ରସ୍ତୁତ ପାଇଁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ।
  • କେନ୍ଦ୍ର ଓ ରାଜ୍ୟ ଦ୍ୱାରା ପରିଚାଳିତ ଶିଳ୍ପ ସଂସ୍ଥାଗୁଡିକ ପରସ୍ପର ଉପରେ ନିର୍ଭରଶୀଳ ଥିବାରୁ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇବାରେ ଏସଓପି ସହାୟତା କରିବ ବୋଲି ସେ ମତ ଦେଇଛନ୍ତି।
  • କୋଭିଡ୍ ପରିଚାଳନାରେ ପଞ୍ଚାୟତିରାଜ ସଂସ୍ଥାଗୁଡିକୁ ସିଧାସଳଖ ସଂପୃକ୍ତ କରିବା ଓ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବାଲାଗି ପ୍ରଚଳିତ ସ୍କିମରେ ସଂଶୋଧନ ଲାଗ ପ୍ରସ୍ତାବ ରଖିଛନ୍ତି ନବୀନ।
  • ସେହିପରି ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଲାଗି ସରକାର ଟ୍ରେନ୍ ଚଳାଚଳ ଲାଗି ଯେଭଳି ରାଜ୍ୟମାନଙ୍କ ପରାମର୍ଶ ନେଇଥିଲେ, ଯାତ୍ରୀବାଦୀ ଟ୍ରେନ୍ ସେବା କ୍ଷେତ୍ରରେ ତାହା କରାଯିବା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି।
Naveen-talk-with-pm-modi-by-video-conference
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories