ବୈଜୟନ୍ତଙ୍କୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ୱର : ପ୍ରଥମ ଥର ବୈଜୟନ୍ତଙ୍କ ନାଁ ନେଇ ଟାର୍ଗେଟ୍ କରିଛନ୍ତି ନବୀନ। କେନ୍ଦ୍ରାପଡ଼ାର ବିକାଶ ପାଇଁ କିଛି ନକରିବା ସହ ତାଙ୍କ ସ୍ୱାସ୍ଥ୍ୟ ପଛର ଗୁଜବ ପ୍ରଚାର କରିବା ଏବଂ ରାଜନୀତିରେ ଉଚ୍ଚ ଆକାଂକ୍ଷା ରଖିବା ସହ ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।

ସେପଟେ ନବୀନଙ୍କ ଏସବୁ ଆରୋପ ଉପରେ କଡ଼ା ଜବାବ ରଖିଛନ୍ତି ବୈଜୟନ୍ତ। କେନ୍ଦ୍ରାପଡ଼ାକୁ ରେଳ କେମିତି ଆସିଲା ସେକଥା କହିଥିବାବେଳେ ତାଙ୍କ ସାଙ୍ଗରେ ଥିବା ଖୋଦ୍ ରେଳମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ଏହାର ଗୁମର ଖୋଲିଛନ୍ତି।

ସେହିପରି ନବୀନଙ୍କ ଅନ୍ୟ ସବୁ ଅଭିଯୋଗକୁ ମଧ୍ୟ ଦୃଢ଼ ଭାବେ ଖଣ୍ଡନ କରିବା ସହ ନିର୍ଦ୍ଦିଷ୍ଟ କୋଟେରୀ ପ୍ରରୋଚନାରେ ଆସି ନବୀନ ପିଲାଙ୍କ ଭଳି ଆଧାର ନଥିବା ଅଭିଯୋଗ ଆଣୁଛନ୍ତି ବୋଲି କହିଛନ୍ତି ବୈଜୟନ୍ତ। ଏମିତିକି ପୂର୍ବରୁ ନୁହେଁ ମୁଁ ବିଜେଡି ଠାରୁ ସମ୍ପର୍କ ଛିନ୍ନ କରିବା ପରେ ନବୀନ ଏଭଳି ସବୁ ଅଭିଯୋଗ ଆଣୁଥିବା ବୈଜୟନ୍ତ କହିଥିଲେ। ତେବେ ଗଣମାଧ୍ୟମରେ ନବୀନ-ବୈଜୟନ୍ତ ମୁହାଁମୁହିଁ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

ଆହୁରି ପଢ଼ନ୍ତୁ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

You might also like