କେନ୍ଦ୍ରକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାଗିଲେ ୫ଲକ୍ଷ ପକ୍କା ଘର

ଭୁବନେଶ୍ୱର: ବାତ୍ୟା ଫୋନି ସହାୟତା ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରକୁ ପ୍ରଶଂସା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ତାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା PMAYରେ ଆଉ ୫ ଲକ୍ଷ ଘର ମଞ୍ଜୁର କରିବାକୁ ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ପ୍ରାଥମିକ ରିପୋର୍ଟ ଅନୁସାରେ ୧୪ ଜିଲ୍ଲାରେ ପ୍ରାୟ ୫ ଲକ୍ଷ ଘର ଭାଙ୍ଗିଛି। ତେଣୁ ଓଡ଼ିଶା ପାଇଁ ପରମାନେଣ୍ଟ ୱେଷ୍ଟ ଲିଷ୍ଟ୍ ତଥା PWL କ୍ରାଇଟେରିଆ ଉଚ୍ଛେଦ କରି କେନ୍ଦ୍ର-ରାଜ୍ୟର ବ୍ୟୟ ବ୍ୟବସ୍ଥା ୯୦ ଅନୁପାତ ୧୦ ହେଉ ବୋଲି ଚିଠି ଲେଖି ନିବେଦନ କରିଛନ୍ତି ନବୀନ। ଆଗକୁ ବର୍ଷା ଦିନ ଆସୁଥିବା ବେଳେ ଆସନ୍ତା ମାସ ୧୦ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁବ। ସେହି ଦୃଷ୍ଟିରୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପକ୍କା ଘରର ତୁରନ୍ତ ଆବଶ୍ୟକତା ରହିଛି। ତେଣୁ ଏହି ସହାୟତା ଆଶା କରି ଆସନ୍ତା ଜୁନ୍ ୧ ତାରିଖରୁ କାର୍ଯ୍ୟାଦେଶ ଦେବାକୁ ଯାଉଛୁ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

You might also like