ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ୍

ରାଉରକେଲା: ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯାଇଥିବା ହେଲିକପ୍ଟରର ଯାଞ୍ଚ ହୋଇଛି। ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କାଡ୍ ପକ୍ଷରୁ ଏହି ଯାଞ୍ଚ କରାଯାଇଛି।

ମୁଖ୍ୟମନ୍ତ୍ରୀ ବସିଥିବା ହେଲିକପ୍ଟର ଯାଞ୍ଚ ବେଳର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି। ଭିଡିଓଟି ଗତକାଲିର ବୋଲି ସୂଚନା ମିଳିଛି। ରାଉରକେଲାକୁ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଯିବାବେଳେ ରଘୁନାଥପାଲୀ ଆଇଡିଏଲ୍ ହେଲିପ୍ୟାଡରେ ହେଲିକପ୍ଟର ଯାଞ୍ଚ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

You might also like