କାଳିଆ ଯୋଜନା ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ
ମୟୂରଭଞ୍ଜ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜରେ ନିର୍ବାଚନ ପ୍ରଚାର କରିଛନ୍ତି। କେନ୍ଦୁଝର ଲୋକସଭା କ୍ଷେତ୍ରର କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଠାକୁରମୁଣ୍ଡାରେ ଆୟୋଜିତ ଏକ ସମାବେଶରେ ସେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ପୁଣିଥରେ କାଳିଆ ଯୋଜନା ପ୍ରସଙ୍ଗ ଉଠାଇ ସେ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି। କାଳିଆ ଯୋଜନାକୁ ବନ୍ଦ କରିଦେବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏଥିସହ ବିଜେଡି ସରକାର ଆସିଲେ ୨ କିସ୍ତିରେ ଟଙ୍କା […]
ମୟୂରଭଞ୍ଜ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜରେ ନିର୍ବାଚନ ପ୍ରଚାର କରିଛନ୍ତି। କେନ୍ଦୁଝର ଲୋକସଭା କ୍ଷେତ୍ରର କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଠାକୁରମୁଣ୍ଡାରେ ଆୟୋଜିତ ଏକ ସମାବେଶରେ ସେ ଯୋଗଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ପୁଣିଥରେ କାଳିଆ ଯୋଜନା ପ୍ରସଙ୍ଗ ଉଠାଇ ସେ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି। କାଳିଆ ଯୋଜନାକୁ ବନ୍ଦ କରିଦେବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏଥିସହ ବିଜେଡି ସରକାର ଆସିଲେ ୨ କିସ୍ତିରେ ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।