• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର:  ନିର୍ବାଚନ ପୂର୍ବରୁ ବିଜେଡି ଖୋଲିଛି ମହିଳା କାର୍ଡ। ବିଧାନସଭା ଓ ଲୋକସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ଲାଗି ବିଧାନସଭାରେ ପୂର୍ବରୁ ସଙ୍କଳ୍ପ ପାରିତ ହୋଇଥିବା ବେଳେ ଜାତୀୟ ସ୍ତରରେ ଏହାକୁ ଆଗକୁ ନେବା ପାଇଁ ଆଜି ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏ ପ୍ରସଙ୍ଗରେ ୭ଟି ଜାତୀୟ ଓ ୧୫ଟି ଆଞ୍ଚଳିକ ଦଳର ନେତାଙ୍କୁ ବିଜେଡି ପ୍ରତିନିଧି ଭେଟିବେ ବୋଲି ନିଷ୍ପତ୍ତି ହୋଇଛି।

ସେପଟେ ବିଜେଡିର ଏଭଳି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି।”

ସେହିପରି କଂଗ୍ରେସ କହିଛି, “ନିର୍ବାଚନ ପାଇଁ ନବୀନ ଏହି କାର୍ଡ ଖେଳିଛନ୍ତି। ଗଲା ସାଢେ ୪ ବର୍ଷ ଭିତରେ ସଂସଦରେ କାହିଁକି ଏହି ପ୍ରସଙ୍ଗ ଉଠାଇନଥିଲେ।”

ଏବେ ବିଜେଡି ମହିଳା ଭୋଟ୍‌ ଉପରେ ଫୋକସ୍‌ କରିଛି। ସାଧାରଣ ନିର୍ବାଚନ ପୂର୍ବରୁ ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ଆପଣେଇଛି ଏହି ଷ୍ଟ୍ରାଟେଜି। ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ  ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଉପରେ ଚାପ ପକାଇବାକୁ ଉଦ୍ୟମ ଆରମ୍ଭ କରିଛି।

ବିଧାନସଭାରେ ସଙ୍କଳ୍ପ ପାରିତ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଜାତୀୟ ସ୍ତରରେ ଏହି ପ୍ରସଙ୍ଗ ଉଠାଇବାକୁ ଦଳ ପ୍ରସ୍ତୁତ କରିଛି ବ୍ଲ୍ୟୁ ପ୍ରିଣ୍ଟ। ଖାସ୍ ସେଥିପାଇଁ ନବୀନ ନିବାସରେ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଜାତୀୟ ସ୍ତରରେ ଏହି ପ୍ରସଙ୍ଗକୁ କିଭଳି ବିଭିନ୍ନ ଦଳର ସମର୍ଥନ ମିଳିବ, କେଉଁ ଦଳ ସହ କିଏ ଆଲୋଚନ କରିବେ, ସେନେଇ ବୈଠକରେ ଆଲୋଚନା କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୧୧ ତାରିଖ ମଧ୍ୟରେ ବିଜେଡି ପ୍ରତିନିଧିମାନେ ୭ଟି ଜାତୀୟ ଓ ୧୫ଟି ଆଞ୍ଚଳିକ ଦଳର ନେତାଙ୍କୁ ଭେଟିବେ। ଏ ନେଇ ଦଳ ପକ୍ଷରୁ ତାଲିକା ପ୍ରକାଶ କରାଯାଇଛି।

ଏବେ ପ୍ରଶ୍ନ ଉଠୁଛି, ଗୋଟିଏ ପଟେ ରାଜ୍ୟରେ ଯୌତୁକ ନିର୍ଯାତନା, ଦୁଷ୍କର୍ମ ନିତିଦିନିଆ ଘଟଣା ପାଲଟିଥିବା ବେଳେ ହଠାତ୍ କାହିଁକି ଏହି ମହିଳା କାର୍ଡ ? ହାତରୁ ଦଳର ସବୁଠାରୁ ବଡ଼ ଭୋଟ୍ ବ୍ୟାଙ୍କ କୁହାଯାଉଥିବା ମହିଳାଙ୍କ ସମର୍ଥନ ଖସୁଥିବା ଆଶଙ୍କାରେ ବିଜେଡି ଏହି ଗୋଟି ଚାଳନା କରିନାହିଁ ତ ?

ଅନ୍ୟପକ୍ଷରେ ଜାତୀୟସ୍ତରରେ ନିଜ ଭାବମୂର୍ତ୍ତି ବଢାଇବା ପାଇଁ ନବୀନ ଏଭଳି ପ୍ରୟାସ କରିଥିବା ବି ଚର୍ଚ୍ଚା ହେଉଛି।

୧୯୯୬ରେ ପ୍ରଥମେ ଏଚ୍‌ଡି ଦେବେଗୌଡ଼ା ମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ଆଗତ କରିଥିଲେ। ଅନ୍ୟ ସମୟରେ ମଧ୍ୟ ଏହି ବିଲ୍ ସଂସଦରେ ଆସିଥିବା ବେଳେ ରାଜ୍ୟସଭାରେ ୨୦୧୦ରେ ପାରିତ ହୋଇଥିଲା। ତେବେ ଲୋକସଭାକୁ ଆସିପାରିନଥିଲା। ଏବେ ଦେଖାଯାଉ, ବିଜେଡିର ଏହି ପ୍ରୟାସ କେତେଦୂର ଆଗକୁ ଯାଉଛି।

https://youtu.be/7bvksL3Qb-Y

Naveen-pattnaik-plays-womens-reservation-card-123
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories