ମୁଖ୍ୟମନ୍ତ୍ରୀଙ୍କ ୧୯ ମିନିଟ୍‌ର ବନ୍ୟାଞ୍ଚଳ ଉଡାଣ ରହସ୍ୟ: ୫ଟି ବିଷୟରେ ମଗାଗଲା ସ୍ପଷ୍ଟୀକରଣ

ଭୁବନେଶ୍ୱର: ବନ୍ୟାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ୧୯ ମିନିଟ୍‌ର ଉଡ଼ାଣ ରହସ୍ୟ ଉପରୁ କେବେ ଉଠିବ ପର୍ଦ୍ଦା? କେବେ ନିରବତା ଭାଙ୍ଗିବ ସିଏମ୍ଓ? ଓଟିଭିରେ ଖବର ପ୍ରସାରଣର ୩ ଦିନ ପରେ ଆଜି ଏହି ପ୍ରସଙ୍ଗକୁ ନେଇ ସିଧା ମୁଖ୍ୟମନ୍ତ୍ରୀଙ୍କଠୁ ୫ଟି ବିଷୟରେ ସ୍ପଷ୍ଟୀକରଣ ମାଗିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ।

ସିଧା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ୫ଟି ବିଷୟରେ ସ୍ପଷ୍ଟୀକରଣ ଲୋଡ଼ିଛି। ଆଉ ସେସବୁ ହେଉଛି ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ପ୍ରକୃତରେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ କି ? ଯଦି କରିଥିଲେ ୧୯ ମିନିଟ୍ ମଧ୍ୟରେ କେଉଁ କେଉଁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ? ମୁଖ୍ୟମନ୍ତ୍ରୀଙ୍କ ସହିତ ସେହି ହେଲିକପ୍ଟରରେ କେଉଁ ଅଫିସର ଗସ୍ତ କରିଥିଲେ ଏବଂ ତାଙ୍କୁ କିଏ ଗାଇଡ୍ କରିଥିଲେ? ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଗସ୍ତର ସମସ୍ତ ଭିଡିଓ କପି ପ୍ରଦାନ କରାଯାଉ। ପ୍ରୋଟୋକୋଲ୍ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସହ ଡାକ୍ତର ବି ଯିବାକଥା, ତେଣୁ ଗସ୍ତ ସମୟରେ କେଉଁ ଡାକ୍ତର ଯାଇଥିଲେ, ତାଙ୍କ ନାମ ପ୍ରକାଶ କରାଯାଉ।

ଓଡ଼ିଶା ସୂଚନା ଅଧିକାର ଅଭିଯାନର ଅଭିଯୋଗ ଯେ, ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ନେଇ ସନ୍ଦେହରୁ ସେପ୍ଟେମ୍ବର ୭ ତାରିଖରେ ଉଭୟେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗକୁ ଏ ସଂପର୍କିତ ତଥ୍ୟ ମଗାଯାଇଥିଲା ହେଲେ ଏହା ଭିତରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଦେଇଥିବା ତଥ୍ୟରୁ ମୁଖ୍ୟମନ୍ତ୍ରୀ ଯାଇଥିବା ହେଲିକପ୍ଟର ୧୯ ମିନିଟ୍‌ର ଉଡ଼ାଣ ଭରିଥିବା ସ୍ପଷ୍ଟ ହୋଇଛି କିନ୍ତୁ ଏ ସଂପର୍କରେ ଉଠିଥିବା ବିବାଦ ଓ ବିଭ୍ରାନ୍ତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର କର୍ମୀ।

ଅପରପକ୍ଷେ ଅଭିଯାନ ପକ୍ଷରୁ ଏହି ଖବର ପ୍ରସାରଣ ପରେ ଓଟିଭି ଉପରେ ଆକ୍ରୋଶମୂଳକ ପଦକ୍ଷେପର ନିନ୍ଦା କରାଯିବା ସହ ଚ୍ୟାନେଲ୍‌ର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ରାସ୍ତାରୁ ଉଠାଇ ନେବା, ଓଟିଭି କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ୍ ଜଗେଇବା ଆଦି କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରାଯାଉଥିବା ଅଭିଯୋଗ ହୋଇଛି। ହେଲେ ଏ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତିକ୍ରିୟା ମିଳିପାରିନାହିଁ।

 

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ବ୍ରହ୍ମପୁରରୁ ଦୁବାଇକୁ ଲମ୍ବିଛି IPL ବେଟିଂ, ଜବତ ହେଲା ଲକ୍ଷାଧିକ ଟଙ୍କା

You might also like