ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର ସଂପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି
କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍.କେ. ସିଂହଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ତାଳଚେର ଥର୍ମାଲ୍ ପାଓ୍ୱାର୍ ଷ୍ଟେସନ ବା TTPS ସଂପ୍ରସାରଣ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍.କେ. ସିଂହଙ୍କୁ ଚିଠି ଲେଖି TTPS ଷ୍ଟେଜ୍ ଥ୍ରୀ ପ୍ରକଳ୍ପ ସଂପ୍ରସାରଣ କାର୍ଯ୍ୟ ନେଇ ଚିନ୍ତା ପ୍ରକଟ କରିଛନ୍ତି ନବୀନ । TTPSକୁ ବନ୍ଦ ନ କରି ଏହାର ‘ଷ୍ଟେଜ୍-୩ ପ୍ରକଳ୍ପ’କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି, ଗତବର୍ଷ ଫେବୃଆରୀରେ ରାଜ୍ୟ ସରକାରଙ୍କ ଅନୁମୋଦନ ସତ୍ତ୍ୱେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇପାରିନି। ହେଲେ ଏବେ ସୁଦ୍ଧା NTPC ତାହା କାର୍ଯ୍ୟକାରୀ କରିନାହିଁ। ସେପଟେ ଚଳିତମାସ ୩୧ ତାରିଖରୁ TTPS ବନ୍ଦ ହେବାକୁ ଥିବାରୁ, ଏହାଦ୍ୱାରା ହଜାର ହଜାର ପରିବାର ତଥା ସ୍ଥାନୀୟ ଅର୍ଥନୀତି ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହେବ । ତେଣୁ ଯଥାଶୀଘ୍ର ପ୍ରକଳ୍ପ କାମ ଆରମ୍ଭ ପାଇଁ NTPCକୁ ନିର୍ଦ୍ଦେଶ ଦେବାକୁ ଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ନବୀନ ଏଥିସହ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର (TTPS) ସଂପ୍ରସାରଣ ନେଇ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍.କେ. ସିଂହଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ;
TTPS ଷ୍ଟେଜ୍ ଥ୍ରୀ ପ୍ରକଳ୍ପ ସଂପ୍ରସାରଣ ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଯଥାଶୀଘ୍ର TTPS ଷ୍ଟେଜ୍-୩ କାମ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ #Odisha— ଓଟିଭି (@otvkhabar) March 24, 2021