• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ମଇଦାନକୁ ସିଧାସଳଖ ଗଲେନି, ଭୋଟରଙ୍କୁ ମନେଇବାକୁ ଭର୍ଚୁଆଲ୍ କ୍ୟାମ୍ପେନିଂ କଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ତିର୍ତ୍ତୋଲରେ ଡିଜିଟାଲ୍ କ୍ୟାମ୍ପେନ୍ କରି ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ଲାଗି ଭୋଟ୍ ମାଗିଛନ୍ତି ନବୀନ।

ଅପରାହ୍ନ ସାଢ଼େ ୪ଟାରେ ନବୀନ ଭର୍ଚୁଆଲ୍ ମିଟିଂ କରି କରୋନା କଟକଣା ଯୋଗୁଁ ପ୍ରଚାର ପାଇଁ ଯାଇପାରିନଥିବା କହିଥିଲେ। ତା’ସହ ତିର୍ତ୍ତୋଲ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ତାଙ୍କ ସରକାର ନେଇଥିବା ପଦକ୍ଷେପ ସହ ଯୁବକ ଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟିକୁ ପ୍ରାଧାନ୍ୟ ଓ ମିଶନ ଶକ୍ତିରେ ମହିଳାମାନେ ଭଲ କାମ କରିଥିବା ସେ କହିଥିଲେ।

ବିଜେଡି ଭଳି ତିର୍ତ୍ତୋଲରେ ବିଜେପି ଓ କଂଗ୍ରେସ ବି ନିଜ ନିଜ ପ୍ରଚାର ଅଭିଯାନକୁ ଆହୁରି ଶାଣିତ କରିଛନ୍ତି। ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ରଘୁନାଥପୁରରେ ପ୍ରଚାର କରିଛନ୍ତି ସାଂସଦ ଅଶ୍ୱିନୀ ବୈଷ୍ଣବ। ମୋଦି ସରକାରଙ୍କର ଜନହିତକର କାମକୁ ସେ ଲୋକଙ୍କ ସାମ୍ନାରେ ରଖିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଆହ୍ୱାନ ଦେଇଛନ୍ତି।

କଂଗ୍ରେସ ପକ୍ଷରୁ ଉଭୟ ପ୍ରାର୍ଥୀ ଓ ଷ୍ଟାର କ୍ୟାମ୍ପେନର ସମସ୍ତେ ପ୍ରଚାରକୁ ତୀବ୍ର କରିଛନ୍ତି। ତିର୍ତ୍ତୋଲ ଓ ରଘୁନାଥପୁରରେ ଦଳ ପକ୍ଷରୁ ଜୋରଦାର କ୍ୟାମ୍ପେନିଂ କରାଯାଇଛି।

ତେବେ ପୂର୍ବ ନିର୍ବାଚନମାନଙ୍କରେ ନବୀନ ସିଧାସଳଖ ପ୍ରଚାରକୁ ଯାଉଥିବା ବେଳେ ଗତ ସାଧାରଣ ନିର୍ବାନରେ ବସ୍‌ରେ ବୁଲି ପ୍ରଚାର କରିଥିଲେ। ହେଲେ ଏଥରର ଭର୍ଚୁଆଲ୍ କ୍ୟାମ୍ପେନିଂ ବିରୋଧୀଙ୍କୁ ସମାଲୋନାର ସୁଯୋଗ ଦେଇଛି।

ସେପଟେ ବାଲେଶ୍ୱରରେ ବି ଜମିଛି ଷ୍ଟାର ପ୍ରଚାରକଙ୍କ ଭିଡ଼। ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ଲାଗି ଦ୍ୱିତୀୟ ଥର ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଚାର କରିଛନ୍ତି। ସାଧାରଣ ଲୋକଙ୍କ ସହ ଅପରାଜିତା ଷ୍ଟେସନ ଛକରେ ଚା ପିଇଥିଲେ, ମେଡିକାଲ ରୋଡ଼ରେ ଦାନ୍ତକାଠି କିଣିଥିଲେ। ତା’ସହ ଏକ ଦୋକାନରେ ରୁଟି ବି ସେକିଥିଲେ। ତାପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହ ମିଶି ମିର୍ଜାପୋଖରୀ, ଗୋପାଳଗାଁ, ସିନେମାବଜାର ଓ ବାହାବଳପୁରରେ ପଦଯାତ୍ରା ସାଙ୍ଗକୁ ରୋଡ୍ ସୋ କରିଥିଲେ।

ସେପଟେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାଶ ବି ଦଳବଳ ଧରି ପ୍ରଚାର ଚଳାଇଛନ୍ତି। ସିନ୍ଧିଆ ପଞ୍ଚାୟତରେ ଆଜି ଦଳର ମନ୍ତ୍ରୀ ଓ ନେତା ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରଚାର କରିଥିଲେ।

କଂଗ୍ରେସ ପକ୍ଷରୁ ନିଜେ ପ୍ରାର୍ଥିନୀ ମମତା କୁଣ୍ଡୁ ଆଜି ମାଣିଖମ୍ବ ଅଞ୍ଚଳର ବିଭିନ୍ନ ଓ୍ୱାର୍ଡରେ ପ୍ରଚାର କରିଛନ୍ତି।

ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ ନଭେମ୍ବର ୩ରେ ନିର୍ବାଚନ। ତେଣୁ ଦୁଇ ଦିନ ପୂର୍ବରୁ ଅର୍ଥାତ୍ ନଭେମ୍ବର ୧ ତାରିଖ ପ୍ରଚାରର ଶେଷ ଦିନ ରହିଛି।

Naveen-patnaik-to-held-vitual-campaign-for-election
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories