ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗୀତା ସିଂହଦେଓ ସବୁଠୁ ଧନୀ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଇଲେକ୍ସନ ଓ୍ୱାଚ୍‌ ଓ ଏଡିଆର ପକ୍ଷରୁ ପ୍ରକାଶ ପାଇଛି ପ୍ରାର୍ଥୀଙ୍କ ସମ୍ପତ୍ତି ତଥ୍ୟ। ଏହି ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ମୋଟ୍‌ ୨୭୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୭୦ ଜଣ କୋଟିପତି ପ୍ରାର୍ଥୀ। ଧନୀ ତାଲିକାର ସବୁଠୁ ଆଗରେ ଅଛନ୍ତି ନବୀନ ପଟ୍ଟନାୟକ ଓ ସଙ୍ଗିତା ସିଂହଦେଓ।

ବଲାଙ୍ଗିର ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ସବୁଠାରୁ ଧନୀ। ତାଙ୍କ ସମ୍ପତ୍ତି ୩୭ କୋଟି ଟଙ୍କାରୁ ଅଧିକ ରହିଛି। ସେହିଭଳି ୨୪୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଧନୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ସମ୍ପତ୍ତିର ପରିମାଣ ୬୩ କୋଟିରୁ ଊର୍ଦ୍ଧ୍ୱ ହେବ।

ସେପଟେ ଆଦୌ ସମ୍ପତ୍ତି ନଥିବା ତାଲିକାରେ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଲଢୁଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ବିଜେପି ଓ ୨ କଂଗ୍ରେସ ପ୍ରାର୍ଥୀଙ୍କ ନାଁରେ ଫୌଜଦାରୀ ମାମଲା ରହିଛି। ସେହିଭଳି ୮୪ ବିଧାୟକଙ୍କ ପ୍ରାର୍ଥୀଙ୍କ ନାଁରେ ବିଭିନ୍ନ ଫୌଜଦାରୀ ମାମଲା ଥିବା ବେଳେ ୬୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧିକ ମାମଲା। ଏମାନଙ୍କ ମଧ୍ୟରୁ ବିଜେଡିର-୧୩, ବିଜେପିର ୧୭ ଓ କଂଗ୍ରେସର ୧୭ ଜଣ ରହିଥିବା ଇଲେକ୍‌ସନ ଓ୍ୱାଚ୍ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ପଦ୍ମଶ୍ରୀ ପ୍ରକାଶ ରାଓ ଅସୁସ୍ଥ, ଏସ୍‌ସିବିର ଆଇସିୟୁରେ ଭର୍ତ୍ତି

ମାଙ୍କଡ଼ କାମୁଡ଼ାରେ ୧୫ରୁ ଅଧିକ ଲୋକ ଆହତ

ସୋନାଲ ମାନସିଂ ପାଇବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଫେଲୋ ପୁରସ୍କାର

ଚୋରା ଧନରେ ମୌଜ ; ଦାମି କାର ବିକ୍ରି କରିବାକୁ ଯାଇ ଧରାପଡିଲେ ପୁରା ଗ୍ୟାଙ୍ଗ

ବଢୁଛି ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ

ପଟ୍ଟନାୟିକିଆ ଟ୍ରିପଲ ମର୍ଡର ; ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

ବିଧାନସଭାରେ ଅନୁପସ୍ଥିତ, ପାଟକୁରାରେ ଉପସ୍ଥିତ

ଅବ୍ୟବସ୍ଥା ଘେରରେ ମହୁପାଳ ଓ ଡୁମାଡାହି ଗାଁ

ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ

ଆଦର୍ଶ ପୋଖରୀ ଖୋଳାରେ ମହାଘୋଟାଲା ; ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ଥାନାରେ ପୁଲିସ ଅଧିକାରୀଙ୍କୁ ମାଡ଼ ଅଭିଯୋଗ; ଅଭିଯୁକ୍ତକୁ ଅଟକ ରଖି ପୁଲିସର ତନାଘନା

ନିମ୍ନମାନର ରାସ୍ତାକାମ ଅଭିଯୋଗ ପାଇଁ ଖୋଲିବ କଣ୍ଟ୍ରୋଲ୍‌ ରୁମ୍

You might also like