• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ଉପରୁ ବହିଷ୍କାର ଆଦେଶ ଉଠିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଛନ୍ତି। ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଏନେଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରଫୁଲ୍ଲ ଘଡ଼ାଇ ଦଳ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ଗୁଞ୍ଜରିତ ହେଉଥିଲା। ଏପରିକି ଦଳର ବରିଷ୍ଠ ନେତାମାନେ ନବୀନଙ୍କୁ ଭେଟି ପ୍ରଫୁଲ୍ଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନବୀନଙ୍କ ପାଖରେ ଦାବି କରିଥିବା ଆଲୋଚନା ହେଉଥିଲା। ଶେଷରେ ୨୦୧୪ ସେପ୍ଟେମ୍ୱର ୨୦ ତାରିଖରେ ନବୀନ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ।

ନେଇ ପ୍ରଫୁଲ୍ଲ ଘଡେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, “ଦଳରୁ ଦୂରରେ ଥିଲେ ବି ମୁଁ ସବୁ ବେଳେ ଦଳ ପାଇଁ କାମ କରି ଆସିଥିଲି। ଏବେ ବହିଷ୍କାର ଉଠି ଥିବାରୁ ଦଳ ପାଇଁ ଅଧିକ ସକ୍ରିୟ ଭାବେ କାମ କରିପାରିବି। ଦଳର ନେତାଙ୍କ ଭାବମୂର୍ତ୍ତି ବୃଦ୍ଧି ପାଇଁ କାମ କରିବି।”

ସେ ଆହୁରି କହିଛନ୍ତି ଯେ, ଅତୀତରେ ଅନେକ କଥା ଘଟିଯାଇଛି। ତାକୁ ଏବେ ଆଉ ଦୋହରାଇବାକୁ ଚାହୁଁନି।

Naveen-patnaik-lifted-expulsion-order-against-prafulla-ghadai
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories