ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବାଗ୍ରେ ନବୀନ

ନୂଆଦିଲ୍ଲୀ: IANS-C VOTER ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବାଗ୍ରେ ରହିଛନ୍ତି ନବୀନ ପଟ୍ଟନାୟକ। ତାଙ୍କ କାର୍ଯ୍ୟରେ ପ୍ରାୟ ୮୨.୯୬ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ସର୍ଭେରୁ ଜଣାପଡ଼ିଛି।

ନବୀନଙ୍କ ପଛକୁ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ତୃତୀୟରେ ରହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ। ଭୁପେଶ ବାଘେଲଙ୍କୁ ୮୧.୦୬ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଥିବାବେଳେ ବି.ବିଜୟନଙ୍କୁ ମିଳିଛି ୮୦.୨୮ ପ୍ରତିଶତ ଜନତାଙ୍କ ସମର୍ଥନ। ସେହିଭଳି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଲୋକପ୍ରିୟତା ହାର ୭୧.୧ ପ୍ରତିଶତ ରହିଛି।

ତେବେ ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ସବୁଠାରୁ ଅଧିକ।  ଏଠି ପ୍ରାୟ ୯୫.୬ ପ୍ରତିଶତ ଲୋକ ମୋଦିଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଛନ୍ତି। ଯାହାଙ୍କ ମଧ୍ୟରୁ ୮୪.୮୭ ପ୍ରତିଶତ ଅତ୍ୟଧିକ ସନ୍ତୁଷ୍ଟ ଥିବାବେଳେ ମାତ୍ର ୨.୨ ପ୍ରତିଶତ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେହିଭଳି ହିମାଚଳରେ ମୋଦିଙ୍କ ଲୋକପ୍ରିୟତା ୯୩.୯୫ ପ୍ରତିଶତ ରହିଥିବା ବେଳେ ଛତିଶଗଡ଼ରେ ୯୨.୭୩ ପ୍ରତିଶତ ରହିଛି। ତେବେ ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ଲୋକପ୍ରିୟତା ହାର ଅନ୍ୟ ରଜ୍ୟଗୁଡ଼କ ତୁଳନାରେ ତଳକୁ ଖସିଛି। ଏଠାରେ ମୋଦିଙ୍କ ଲୋକପ୍ରିୟତା ହାର ୭୨.୬୨ ଥିବା ବେଳେ ମହାରାଷ୍ଟ୍ରରେ ୭୧.୪୮ ଓ ଦଦିଙ୍କ ଗଡ଼ ପଶ୍ଚିମବଙ୍ଗରେ ମୋଦିଙ୍କ ଲୋକପ୍ରିୟତା ହାର ୬୪.୬ ରହିଛି।

 

You might also like