୬ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଯୋଜନାରେ ୬ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପ ମାଧ୍ୟମରେ ଯାଜପୁର, ମାଲକାନାଗିରି ଓ ସୁବର୍ଣପୁର ଜିଲ୍ଲାରେ ପ୍ରାୟ ୫ ହଜାର ୪୪୦ ହେକ୍ଟର୍ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ଏଥିପାଇଁ ଖର୍ଚ୍ଚ ହୋଇଛି ୧୩୮ କୋଟି ୮୭ ଲକ୍ଷ ଟଙ୍କା।

ସେହିଭଳି ଏହି ଯୋଜନାରେ ବୌଦ୍ଧ, ଯାଜପୁର, ମାଲକାନାଗିରି, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ୨୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି। ଏଥିରେ  ୩୬ ହଜାର ୬୬୪ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ଖର୍ଚ୍ଚହେବ ୧୨୪୦ କୋଟି ୩୨ ଲକ୍ଷ ଟଙ୍କା। ଶନିବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନ୍‌ଫରେନ୍‌ସ ମାଧ୍ୟମରେ ଏହିସବୁ ପ୍ରକଲ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।

You might also like