• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ସ୍କୁଲ୍ ଓ ଆହାର କେନ୍ଦ୍ରକୁ ଯାଉଛନ୍ତି ମନ୍ତ୍ରୀ ଏବଂ ଅଫିସର୍। ମଧ୍ୟାହ୍ନ ଭୋଜନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଆକ୍ସନ। ତେବେ କାହିଁକି ମୁଖ୍ୟମନ୍ତ୍ରୀ ହଠାତ୍ ଏଭଳି ନିର୍ଦ୍ଦେଶ ଦେଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ ଲୋକଦେଖାଣିଆ କହି ସମାଲୋଚନା କରିଛନ୍ତି ବିରୋଧୀ। ଯାହାର ଜବାବ ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ।  ଯୋଜନାର ସୁଫଳ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଏପଟେ କିନ୍ତୁ ପିଲାଙ୍କୁ ଦିଆଯାଉଛି ନିମ୍ନା ମାନର ଖାଦ୍ୟ। ମଧ୍ୟାହ୍ନ ଭୋଜନ ପାଇଁ ରନ୍ଧା ଯାଇଥିବା ସୋୟାବିନ ତରକାରୀରେ ଭାସୁଛି ପୋକ।  ରେମୁଣା ବ୍ଲକ ଜଙ୍ଖରାଇ ଚଷାଖଣ୍ଡ ନୋଡାଲ ସ୍କୁଲରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି।

ତେବେ ଏହି ଘଟଣା ନୂଆ ନୁହେଁ। ନିଇତି ରାଜ୍ୟର କେଉଁଠି ନା କେଉଁଠି ଏଭଳି ଘଟଣା ଘଟୁଛି। ଏମିତିକି କିଛି ଦିନ ତଳେ ବିଜେଡି ବିଧାୟକ ମନହୋର ରନ୍ଧାରି ମଧ୍ୟ ସ୍କୁଲର ମଧ୍ୟାହ୍ନ ଭୋଜନରେ ଖାଲି ଭାତ ଦିଆଯାଉଥିବା ନେଇ ଭିଡିଓ ଭାଇରାଲ୍ କରିଥିଲେ।

ତେବେ କାହିଁକି ପିଲାଙ୍କୁ ଏଭଳି ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଛି ସେ ନେଇ ପ୍ରଶ୍ନ ଉଠିଛି। ତଥ୍ୟ ଅନୁସାରେ, ପ୍ରାଇମେରୀ ସ୍କୁଲର ପିଲା ପିଛା ଏ ବାଦବରେ ଦୈନିକ ୪ଟଙ୍କା ୯୩ ପଇସା ଓ ୧୦୦ ଗ୍ରାମ ଚାଉଳ ଦିଆଯାଉଛି। ସେହିପରି ଅପର ପ୍ରାଇମେରୀ ପିଲାଙ୍କ ପିଛା ୧୫୦ ଗ୍ରାମ୍ ଚାଉଳ ଓ ୭ ଟଙ୍କା ୩୬ ପଇସା ଖର୍ଚ୍ଚ କରାଯାଉଛି। ଗୋଟିଏ ପଟେ ଆକାଶ ଛୁଆଁ ପରିବା ଦର, ଅନ୍ୟପଟେ ପିଲା ପିଛା କମ୍ ଟଙ୍କା ଦିଆଯାଉଥିବାରୁ ଖାଦ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।  ଯାହାକୁ ସ୍ୱୀକାର କରିଛନ୍ତି ଲମତାପୁଟ ବ୍ଲକ ଡାବୁଗୁଡ଼ା ସ୍କୁଲର ପ୍ରଧାନ ଶିକ୍ଷକ।

ସେପଟେ ଆଜି ବାଙ୍କିର ଏକ ଆହାର କେନ୍ଦ୍ର ଓ ୨ଟି ସ୍କୁଲକୁ ଯାଇ ଖାଦ୍ୟର ତଦାରଖ କରିଛନ୍ତି ରାଜସ୍ୱ ମନ୍ତ୍ରୀ। ସେହିପରି ମାଲକାନଗିରିର ଏକ ଆହାର କେନ୍ଦ୍ରକୁ ଯାଇ ଖାଦ୍ୟ ଅନୁଧ୍ୟାନ କରିଥିଲେ ଜିଲ୍ଲପାଳ। ସେପଟେ  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ନେଇ ବିରୋଧୀ ଲୋକଦେଖାଣିଆ କହିଛନ୍ତି।

https://youtu.be/HPKSMf2pELM

Naveen-patnaik-asks-ministers-to-have-mid-day-meal-during-surprise-visits1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories