ପୌର କର୍ମଚାରୀଙ୍କ ଲାଗି ୭ମ ବେତନ କମିଶନ ଘୋଷଣା

୨୦୧୬ ଏପ୍ରିଲ ୧ରୁ ପିଛିଲା ଭାବେ ମିଳିବ ବର୍ଦ୍ଧିତ ଦରମା

ଭୁବନେଶ୍ୱର : ପୌର କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନ ହାରରେ ଦରମା।  ରାଜ୍ୟର ପୌର କର୍ମଚାରୀଙ୍କ ଲାଗି ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  ଏହି ଘୋଷଣା ରାଜ୍ୟର ସବୁ ପୌରସଂସ୍ଥାରେ ଲାଗୁ ହେବ।

୨୦୧୬ମସିହା ଏପ୍ରିଲ ପହିଲାରୁ ପିଛିଲା ଭାବେ ସପ୍ତମ ବେତନ କମିଶନ ହାରରେ ଦରମା ପାଇବେ ପୌର କର୍ମଚାରୀ। ରାଜ୍ୟ ନିଜ ପାଣ୍ଠିରୁ ଏହି ଅତିରିକ୍ତ ଖର୍ଚ୍ଚ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

You might also like