ଭୁବନେଶ୍ୱର: ଚାଷୀଙ୍କ ନାଁରେ ପିକ୍ନିକ୍ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଦିଲ୍ଲୀ ଯାଇଛନ୍ତି। ଏହି ପିକିନିକ୍ ଖର୍ଚ୍ଚ ୫୨ ଲକ୍ଷ ଟଙ୍କା କହି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆକ୍ଷେପ କରିଛନ୍ତି।
Today Naveen Patnaik and Co. are going on a picnic to Delhi which costs Rs 52 lakh. They are doing this in the name of the farmers. Had this money been given to farmers in debt, many precious lives of our annadatas could have been saved. (1/3)
— Niranjan Patnaik (@NPatnaikOdisha) 8 January 2019
ଯଦି ଏହି ଟଙ୍କାଙ୍କୁ ଋଣଗ୍ରସ୍ତ ଚାଷୀଙ୍କୁ ଦିଆ ଯାଇଥାନ୍ତା, ତା’ହେଲେ ଆମର ଅନେକ ଅନ୍ନଦାତାଙ୍କ ମୂଲ୍ୟବାନ ଜୀବନ ବଞ୍ଚି ଯାଇଥାଆନ୍ତା ବୋଲି ନିରଞ୍ଜନ ଟ୍ୱିଟ୍ରେ ଲେଖିଛନ୍ତି।
ସେ କହିଛନ୍ତି, ବିଜେଡି ଚାଷୀଙ୍କ ନାଁରେ କୁମ୍ଭୀର କାନ୍ଦଣା ବନ୍ଦ କରୁ। କାରଣ ଓଡ଼ିଶାର କୃଷି କ୍ଷେତ୍ରକୁ ନଷ୍ଟ କରିବାରେ ସେମାନେ ସମାନ ପରିମାଣରେ ଦାୟୀ। ସେମାନଙ୍କ ଚାଷୀ ସମାବେଶ ଏକ ଫାର୍ସ।
The BJD should stop shedding crocodile tears in the name of our farmers, as they are equally responsible for destroying the agri sector of Odisha. Their farmers' rally is a big farce.
(2/3)— Niranjan Patnaik (@NPatnaikOdisha) 8 January 2019
If the BJD had any concern about the farmers of Odisha, they would have waived off farm loans like the Chhattisgarh, Rajasthan and Madhya Pradesh Congress govts.. and also announced bonus on MSP.
(3/3)— Niranjan Patnaik (@NPatnaikOdisha) 8 January 2019
ତେବେ ନିରଞ୍ଜନଙ୍କ ଏହି ମନ୍ତବ୍ୟ ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ।
ସୂଚନାଯୋଗ୍ୟ, ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ବିଜେଡି ଆଜି କୃଷକ ଅଧିକାର ସମାବେଶ କରୁଛି। ନିଜେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି। ରାଜ୍ୟର ଅଧିକାଂଶ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।