ଓଡ଼ିଶାକୁ ପୁଣି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାକୁ ପୁଣି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ।

ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ୧୯୯୦ରୁ ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସୁଛି। ୮୦ ପ୍ରତିଶତରୁ ଅଧିକ ଅଞ୍ଚଳ, ୯୦ ପ୍ରତିଶତ ଜନସଂଖ୍ୟା ପ୍ରଭାବିତ ଓଡ଼ିଶାର ପ୍ରାକୃତିକ ସଂପଦରୁ ଦେଶକୁ ବହୁତ ଲାଭ ମିଳୁଛି, ହେଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇ ଆସୁଛି ବୋଲି ଦର୍ଶାଇଛନ୍ତି ନବୀନ।

ତାସହ ରେଲ୍‌ୱେ, ବ୍ୟାଙ୍କିଙ୍ଗ୍, ଜାତୀୟ ରାଜପଥ ଓ ବିମାନ କ୍ଷେତ୍ରରେ ବି ଓଡ଼ିଶା ଅବହେଳିତ ବୋଲି ଦର୍ଶାଇଛନ୍ତି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିଲେ ଶିଳ୍ପ ବିକାଶ ସହ ନିଯୁକ୍ତି ବଢ଼ିବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

You might also like