ନବୀନ ନିବାସ ପାଇଁ ଜମି ଜବର ଦଖଲ !

କଂଗ୍ରେସ ଆଣିଲା ସଂଗୀନ ଅଭିଯୋଗ

ଭୁବନେଶ୍ୱର :  ନବୀନ ନିବାସ ପାଇଁ ଜମି ଜବର ଦଖଲ ଅଭିଯୋଗ। ରାସ୍ତା ପ୍ରଶସ୍ତୀକରଣ ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରୁ ମିଳିଥିବା ୧ ଦଶମିକ ୬ ଏକର ଜାଗା ଏବେ ନବୀନ ନିବାସ କବ୍‌ଜାରେ। ଏଭଳି ସଂଗୀନ ଅଭିଯୋଗ ଆଣିଛି କଂଗ୍ରେସ।

ଦଳ ଅଭିଯୋଗ କରିଛି ୩ ଫେବ୍ରୁଆରି ୨୦୧୬ ରେ ରାସ୍ତା ସଂପ୍ରସାରଣ ପାଇଁ ୧ ଦଶମିକ ୬ ଏକର ଜମି ଅଦଳ ବଦଳ ପାଇଁ ଏୟାରପୋର୍ଟ ଅଥରିଟିଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର।

ଏ ପ୍ରସ୍ତାବକୁ ୭ ଅକ୍ଟୋବର ୨୦୧୬ମସିହାରେ ଗ୍ରହଣ କରିଥିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ଏଥିପାଇଁ ୧୦ ଏପ୍ରିଲ ୨୦୧୭ ମସିହାରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଓ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ତେବେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏ ପ୍ରସ୍ତାବକୁ ମୋହର ଲାଗିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଦଳ।

You might also like