ଭୁବନେଶ୍ୱର : ହାତ ଧରିଲେ ବରିଷ୍ଠ ନେତା ନବୀନ ନନ୍ଦ। ରାଜ୍ୟ କଂଗ୍ରେସ ଭବନରେ ଚାଲିଥିବା ମହା ମିଶ୍ରଣ କାର୍ଯ୍ୟକ୍ରମରେ ନବୀନ ନନ୍ଦ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି ସଭାପତିଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ମିଶିଛନ୍ତି।
ଢେଙ୍କାନାଳର ବରିଷ୍ଠ ନେତା ନବୀନ ନନ୍ଦ କଂଗ୍ରେସରେ ଯୋଗ ଦେଇଥିବାରୁ ଏହା ଦଳ ପାଇଁ ଶୁଭ ସୂଚନା ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ଢେଙ୍କାନାଳ ଜିଲ୍ଲା ଗଁଦିଆଁର ପୂର୍ବତନ ବିଧାୟକ ନବୀନ ନନ୍ଦ କେଉଁ ଦଳକୁ ଯିବେ ତାକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା।