‘ଡବଲ ଇଞ୍ଜିନ୍‌’ ସରକାରକୁ ନେଇ ବିଜେପିକୁ ନବୀନଙ୍କ କଟାକ୍ଷ

ଭୁବନେଶ୍ୱର: ‘ଡବଲ ଇଞ୍ଜିନ୍‌’ ସରକାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ କଟାକ୍ଷ କରିଛନ୍ତି। କଟକ ବଡ଼ମ୍ବା ନରସିଂହପୁର ନିର୍ବାଚନମଣ୍ଡଳୀରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ନବୀନ ବିଜେପିକୁ ସମାଲୋଚନା କରିଥିଲେ।

ଡବଲ ଇଞ୍ଜିନ୍‌ କଥା କହୁଥିବା ମୋଦି ସରକାରଙ୍କର ମଧ୍ୟପ୍ରଦେଶ, ଛତିଶଗଡ, ପଞାବ, ରାଜସ୍ଥାନରେ ବିକାଶ କୁଆଡେ ଗଲା ବୋଲି ନବୀନ ପ୍ରଶ୍ନ କରିଥିଲେ।

ଆସନ୍ତା ମେ’ ୨୩ ତାରିଖରେ ବିଜେପିର ମେନ୍ ଇଞ୍ଜିନ୍‌ ବି ଲାଇନ୍‌ଚ୍ୟୁତ ହୋଇଯିବ ବୋଲି ନବୀନ କହିଥିଲେ।

ଅନ୍ୟପକ୍ଷେ ନବୀନଙ୍କ ଏଭଳି କଟାକ୍ଷକୁ ନେଇ ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି ଏହାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୋଦିଙ୍କ ଲୋକପ୍ରିୟତାରେ ନବୀନ ବାବୁ ଇର୍ଷାନ୍ୱିତ ହେଉଛନ୍ତି। ଏଭଳି ବକ୍ତବ୍ୟ ତାଙ୍କର ହତାଶ ଭାବ ଛଡ଼ା ଆଉ କିଛି ନୁହେଁ’।

You might also like